Below header

ଭଞ୍ଜନଗର: ବାରହା ଧରିବା ପାଇଁ ଲଗାଯାଇଥିବା ଫାସରେ ପଡିଲା ବାଘ, ଉଦ୍ଧାର କରି ଜଙ୍ଗଲରେ ଛାଡିବା ପାଇଁ ବନ ବିଭାଗ ହେଲା ହଟହଟା

ଭଞ୍ଜନଗର(କେନ୍ୟୁଜ୍): ବାଘ ଧରିବା ପରେ ଚିନ୍ତା ବଢ଼ାଇଲା ଜଙ୍ଗଲରେ ଛାଡିବା କାର୍ଯ୍ୟକ୍ରମ । ସ୍ଥାନୀୟ ଅଞ୍ଚଳବାସୀଙ୍କ ପ୍ରତିବାଦ ଯୋଗୁଁ  ନିର୍ଦ୍ଧାରିତ  ଜଙ୍ଗଲରେ ଛାଡିବାକୁ ନେଇ ସମସ୍ୟା ଦେଖା ଦେଇଛି ।  ଗଂଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳ ନଗୁଡୁ ଗାଁ ନିକଟ ଜଙ୍ଗଲରେ ବାରହା ଫାସରେ ଫସିଥିଲା କଲରାପତରିଆ ବାଘ । ପରେ ସ୍ଥାନୀୟ ଲୋକେ ଏବଂ ବନବିଭାଗ ଜାଲ ପକାଇ ବାଘଟିକୁ କାବୁକରି ଧରିଥିଲେ ।

ପରେ ବାଘଟିକୁ ଯନ୍ତା ସାହାଯ୍ୟରେ ନିକଟସ୍ଥ କିରିଆମ୍ବା ଜଙ୍ଗଲରେ ଛାଡ଼ିବାକୁ ନେଇଥିବା ବେଳେ , ସଂପୃକ୍ତ ଜଙ୍ଗଲ ଅନ୍ତର୍ଗତ ନୂଆଁପଲ୍ଲୀ ,  ସିଙ୍ଗିପୁର , ବଡତଣ୍ଡା , କିରିଆମ୍ବା , ଓ ଝାଡପଡା ଭଳି ଅନେକ ଗାଁର ଲୋକେ , ବାଘକୁ ସ୍ଥାନୀୟ ଜଙ୍ଗଲରେ ଛାଡ଼ିବାକୁ ବିରୋଧ କରିଥିଲେ । ଫଳରେ ବନବିଭାଗ କର୍ମଚାରୀ ମାନେ ସେଠାରୁ ସିଂହାସନୀ ଜଙ୍ଗଲ ଅଭିମୁଖେ ଯାଇଥିବା ସୂଚନା ମିଳିଛି ।

tiger rescue

ତେବେ ରାତି ହୋଇ ଆସୁଥିବାରୁ ଜଙ୍ଗଲରେ ବାଘକୁ ଛଡାଯିବ କି ନାହିଁ , ତାହା ସ୍ପଷ୍ଟ ହୋଇପାରିନାହିଁ । ତେବେ ଗ୍ରାମବାସୀ ବିରୋଧ କରୁଥିବା ଘଟଣା ସଂକ୍ରାନ୍ତରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା ମଧ୍ୟ ସୂଚନା ଦେଇଛନ୍ତି ।ବାଘ  ଉଦ୍ଧାର ସମୟରେ ଜଣେ ଯୁବକ ଆହତ ହୋଇଥିବାର ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.