Below header

ଜାଣନ୍ତିକି ଟୁଥ ବ୍ରଶରୁ ବି ବ୍ୟାପିପାରେ କରୋନା, ତେଣୁ ଟିକେ ସଜାଗ ହୋଇଯାନ୍ତୁ

ବଜାରକୁ କରୋନା ଭ୍ୟାକସିନ ଆସି ସାରିଥିଲେ ବି ଏହାର ସଂକ୍ରମଣ ଆଶଙ୍କା ଏବେ ବି କମିନାହିଁ । ଏବେ ଅନେକ ରିପୋର୍ଟ ପଜିଟିଭ ଆସୁଛି । ତେଣୁ କରି ପ୍ରତି ମୁହୂର୍ତ୍ତରେ ସତର୍କ ରହିବା ନିହାତି ଜରୁରୀ । ନଚେତ ଆପଣଙ୍କ ଦ୍ୱାରା ହୋଇଥିବା ଗୋଟିଏ ବି ଭୁଲ ଆପଣଙ୍କୁ କରୋନା ସଂକ୍ରମିତ କରିଦେଇପାରେ । କରୋନା ନାମକ ଏହି ଭାଇରସଟି ଖୁବ ଶୀଘ୍ର ବ୍ୟାପିଥାଏ । ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ଖୁବ ସହଜରେ ଡେଇଁପାରେ | ଏମିତିକି ଆପଣଙ୍କ ଟୁଥ ବ୍ରଶରୁ ବି ଏହି ଭାଇରସ ଅନ୍ୟ ଜଣଙ୍କ ପାଖକୁ ଯାଇପାରେ । ତେବେ ଆସନ୍ତୁ ଜାଣିବା ଏହି କରୋନା ଦାଉରୁ କେମିତି ରକ୍ଷା କରିବ ଟୁଥ ବ୍ରଶ ।

tooth brush

ନିକଟରେ ଏକ ଗବେଷଣାରୁ ଜଣାଯାଇଛିକି, ଯଦି ଜଣେ ଅନ୍ୟ ଜଣଙ୍କ ଟୁଥ ବ୍ରଶ ବ୍ୟବହାର କରୁଥିବେ ତେବେ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି । ଜଣଙ୍କ ଠାରେ କରୋନା ଲକ୍ଷଣ ନଥିଲେ ବି ଏହି ଭାଇରସ ବ୍ୟାପିପାରେ । ବ୍ରାଜିଲରେ ହୋଇଥିବା ଏକ ଗବେଷଣାରୁ ଏବାବଦରେ ଜଣାଯାଇଛି । ଯଦି ଆପଣ ବାଥରୁମରେ ଏକା ସାଥିରେ ନିଜ ଟୁଥବ୍ରଶ ରଖୁଥିବେ ତେବେ ଏହି ଆଶଙ୍କା ଅଧିକ ରହିଛି । ତେଣୁ ବେଳ ଥାଉ ଥାଉ ସାବଧାନ ହେବା ନିହାତି ଜରୁରୀ । କାଶ, ଛିଙ୍କ, ଲୁହରୁ ବି କରୋନା ଖୁବ ଦ୍ରୁତ ଗତିରେ ବ୍ୟାପିପାରେ । ଯଦି ନିଜ ଟୁଥ ବ୍ରଶକୁ କରୋନା ଦାଉରୁ ରକ୍ଷା କରିବାକୁ ଚାହୁଁଛନ୍ତି ତେବେ ଏହି ଏହି ସାବଧାନତା ଅବଲମ୍ବନ କରନ୍ତୁ ।

– ୨୦ ମିନିଟ ପାଇଁ ନିଜ ବ୍ରଶକୁ ମାଉଥ ୱାସରେ ବୁଡାଇ ରଖନ୍ତୁ ।

– ଟୁଥବ୍ରଶ ହ୍ୟାଣ୍ଡେଲକୁ ୧  ମିନିଟ ପାଇଁ ଆଲକୋହଲରେ ସାନିଟାଇଜରରେ ବୁଡାଇ ରଖାନ୍ତୁ ।

– ବ୍ରଶର ମୁଣ୍ଡକୁ ଏସେନସିଆଲ ଅଏଲ ବେସ୍ଡ ମାଉଥ ୱାସରେ ବୁଡାଇ ରଖନ୍ତୁ ।

– ବ୍ରଶକୁ ଶୁଖିବା ପାଇଁ ଛାଡି ଦିଅନ୍ତୁ ।

– ଆଉ ପ୍ରତ୍ୟକ ବ୍ରସ ଅଲଗା ଅଲଗା ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.