Below header

ଗଜପତି ଜିଲ୍ଲା ମୋହନା ବନାଞ୍ଚଳରେ ବୁଲୁଛି ବାଘ! ପାଦ ଚିହ୍ନ ପଡ଼ିଥିବା ଦେଖିବାପରେ ଆତଙ୍କିତ ଅଞ୍ଚଳବାସୀ

ମୋହନା: ଗଜପତି ଜିଲ୍ଲା ମୋହନା ବନାଞ୍ଚଳରେ ବାଘ ଆତଙ୍କ । ଗାଣ୍ଡାପଦର ଗାଁ ସଂରକ୍ଷିତ ଜଙ୍ଗଲରେ ବାଘ ବୁଲୁଥିବା ଅଭିଯୋଗ ହୋଇଛି । ଏହି ଖବର ଜଣା ପଡ଼ିବା ପରେ ଆତଙ୍କିତ ଅଞ୍ଚଳବାସୀ । ଦୁଇ ଦିନ ତଳେ ଗାଁର ଜଣେ ବ୍ୟକ୍ତିଙ୍କର ଗୋଟିଏ ବଳଦ ନିଖୋଜ ହୋଇଥିଲା । ଖୋଜାଖୋଜି ପରେ ଜଙ୍ଗଲରୁ ମିଳିଥିଲା ବଳଦର ପଞ୍ଜରା ଓ ହାଡ । ଗାଣ୍ଡାପଦର ଜଙ୍ଗଲରେ ବାଘ ଥିବା ନେଇ ମୋହନା ବନ ବିଭାଗକୁ ଖବର ଦେଇଥିଲେ ଗାଁ ଲୋକ । କିଛି ସ୍ଥାନରେ ବାଘର ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ପାଇଛନ୍ତି ବନ ବିଭାଗ । ଏନେଇ ଗୋଟିଏ ଟିମ୍‌ ଗଠନ କରିଛନ୍ତି ବନାଞ୍ଚଳ ଅଧିକାରୀ । ସେପଟେ ବାଘ ଭୟରେ ଗାଣ୍ଡାପଦର ଜଙ୍ଗଲ ଅନ୍ତର୍ଗତ ଗାଁ ଲୋକ ଭୟଭୀତ ଅଭସ୍ଥାରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.