Below header

କଙ୍କୋରଡା – ଗମ୍ଭାରୀଗୁଡା ଅଞ୍ଚଳରେ ବାଘ ଆତଙ୍କ

ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ କଙ୍କୋରଡା - ଗମ୍ଭାରୀଗୁଡା ଅଞ୍ଚଳ ରେ ଏକ ବାଘ ବୁଲୁଥିବା ପ୍ରଚାର ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।

ବ୍ରହ୍ମପୁର(କେନ୍ୟୁଜ୍):  ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ କଙ୍କୋରଡା – ଗମ୍ଭାରୀଗୁଡା ଅଞ୍ଚଳରେ ଏକ ବାଘ ବୁଲୁଥିବା ପ୍ରଚାର ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଗମ୍ଭାରୀଗୁଡା ନିକଟରେ ଏକ ମିଲରେ ଲାଗିଥିବା ସିସି ଟିଭି କ୍ୟାମେରାରେ ବାଘ ପରି ଦେଖାଯାଉଥିବା ଚିତ୍ର ଦେଖାଯିବା ପରେ ଏହି ସମ୍ପର୍କ ରେ ବନ ବିଭାଗକୁ ଖବର ଦିଆଯାଇଥିଲା ।

ରାତିରେ ପାଟପୁର ସେକ୍ସନ ବନ ବିଭାଗ କର୍ମଚାରୀ ପହଞ୍ଚି ବିଭିନ୍ନ ଅଞ୍ଚଳ ବୁଲିଥିଲେ l ଏହା ବାଘ ନା ‘ ବାଘ ପରି ଅନ୍ୟ କିଛି ପ୍ରାଣୀ ସି ସି ଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ବନ ବିଭାଗ । ଏହି ଚିତ୍ର ଗତକାଲି ସକାଳର ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.