Below header

ଲକ୍ଷ୍ନୌ-ବାରାଣସୀ ରାଜପଥରେ ଭୀଷଣ ସଡ଼କ ଦୁର୍ଘଟଣା; ଶିଶୁ ଓ ୩ ମହିଳାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ-ବାରାଣସୀ ରାଜପଥରେ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଶିଶୁ, ୩ ମହିଳାଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏକାଧିକ ଲୋକ ଆହତ ହୋଇଥିବା ସୂଚନା ରହିଛି।

ଲକ୍ଷ୍ନୌ-ବାରାଣସୀ ରାଜପଥରେ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଶିଶୁ, ୩ ମହିଳାଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏକାଧିକ ଲୋକ ଆହତ ହୋଇଥିବା ସୂଚନା ରହିଛି। ଘଟଣାଟି ଲୀଲାପୁର ଥାନା ମୋହନଗଞ୍ଜ ବଜାରର ବୋଲି କୁହାଯାଉଛି।

ମିଳିଥିବା ସୂତ୍ରରୁ ଜଣାପଡ଼ିଛି ଯେ ଏକ ଦ୍ରୁତଗାମୀ ଟ୍ୟାଙ୍କର ଭାରସାମ୍ୟ ହରାଇ ଯାତ୍ରୀବାହୀ ଅଟୋକୁ ଜୋର୍‌ରେ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋକୁ ଧକ୍କା ଦେବା ପରେ ଟ୍ୟାଙ୍କରଟି ସେଠାରେ ଓଲଟି ପଡ଼ିଥିଲା। ଟ୍ୟାଙ୍କରରୁ ଗ୍ୟାସ୍‌ ନିର୍ଗତ ହେବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲା। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ ପଠାଯାଇଥିଲା। ତେବେ ସ୍ଥାନୀୟ ମେଡିକାଲ କଲେଜ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ନାନା ଅବ୍ୟବସ୍ଥା ଯୋଗୁ ଠିକ୍‌ ସମୟରେ ଷ୍ଟେଚର ଏବଂ ଓ୍ଵାର୍ଡବୟ ଉପଲବ୍ଧ ହୋଇ ନ ଥିଲେ।

ସାମ୍ବାଦିକ ଏବଂ ସ୍ଥାନୀୟ ଲୋକଙ୍କ ଗାଡ଼ି ସାହାଯ୍ୟରେ ପୋଲିସ ଆହତମାନଙ୍କୁ ଏମରଜେନ୍ସିରେ ଭର୍ତ୍ତି କରାଇଥିଲା। ଏବେ ହସ୍ପିଟାଲରେ ଆହତମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଏପଟେ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.