ହେମଗିର ଫରେଷ୍ଟ ରେଞ୍ଜ ଗର୍ଜନ ପାହାଡ଼ ଅଞ୍ଚଳରେ ବୁଲୁଛି ମହାବଳ, ଭିଡିଓ ହେଉଛି ଭାଇରାଲ

ସୁନ୍ଦରଗଡ଼(କେନ୍ୟୁଜ୍): ସୁନ୍ଦରଗଡ଼ ହେମଗିର ଫରେଷ୍ଟ ରେଞ୍ଜ ଗର୍ଜନ ପାହାଡ଼ ଅଞ୍ଚଳରେ ମହାବଳ ବାଘ । କଳାମେଘା ନିକଟରେ ଏକ ମହାବଳ ବାଘକୁ ଦେଖିଲେ ଲୋକ । ଏହାର ଏକ ଭିଡିଓ ଭାଇରାଲ ହୋଇଛି । ୨୦୧୮ରେ ଏହି ଅଞ୍ଚଳରେ ଏକ ମହାବଳ ବାଘର ପାଦ ଚିହ୍ନ ଠାବ ହୋଇଥିଲା । ଏହା ପରେ ବନ ବିଭାଗ ପକ୍ଷରୁ କ୍ୟାମେରା ଲଗାଯିବା ପରେ ବ୍ଲାକ ପାନ୍ଥର ଦେଖିବାକୁ ମିଳିଥିଲା ।

ବର୍ତ୍ତମାନ ଏକ ମହାବଳ ବାଘ ବୁଲୁଛି । ଜଣେ ଗାଡି ଡ୍ରାଇଭର ଏହି ଭିଡିଓ ସୁଟ୍‌ କରିଥିବା ଜଣାପଡ଼ିଛି । ପୂର୍ବରୁ ଏହି ଅଞ୍ଚଳରେ ମହାବଳ, ବ୍ଲାକ ପାନ୍ଥର ଆଦି ଦେଖା ଯାଇଥିବାରୁ ବର୍ତ୍ତମାନ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ପୂର୍ବରୁ ଦେବ୍ରିଗଡ଼ରେ ମହାବଳ ବାଘ ଥିବା ନେଇ ଚର୍ଚ୍ଚା ହେଉଥିଲା ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.