ଅଧିକ ବର୍ଷେ ୟୁଜି ପଢିବେ ଛାତ୍ରଛାତ୍ରୀ: ୟୁଜିସି ପକ୍ଷରୁ ଅଣାଯାଇଛି ଚିଠା ପ୍ରସ୍ତାବ

ଭୁବନେଶ୍ବର(କେନ୍ୟୁଜ୍):ଆରମ୍ଭ ହେବ ୪ ବର୍ଷିଆ ସ୍ନାତକ ପାଠ୍ୟକ୍ରମ । ଅଧିକ ବର୍ଷେ ୟୁଜି ପାଠ ପଢିବେ ଛାତ୍ରଛାତ୍ରୀ । ନୂଆ ଶିକ୍ଷାନୀତି ୨୦୨୦ ଅନୁସାରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେବ । ପାସ୍‌ରେ ସ୍ନାତକ ପଢୁଥିବା ପିଲାଙ୍କ ପାଠ୍ୟକ୍ରମ ଅବଧି ୩ ବର୍ଷ ରହିଥିବା ବେଳେ ଅନର୍ସର ଛାତ୍ରଛାତ୍ରୀ ଅଧିକ ବର୍ଷେ ସ୍ନାତକ ଅଧ୍ୟୟନ କରିବେ । ଏନେଇ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ଅଣାଯାଇଛି । ନୂଆ ଶିକ୍ଷାନୀତିରେ ଏବିସି ଓ ସିବିସିଏସ୍‌ ଲାଗୁ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ନିୟମ ଅନୁଯାୟୀ, ପିଲାଙ୍କ ପାଠପଢା ଏକାଡେମିକ୍‌ ସ୍କୋର ଭାବେ ଅନଲାଇନରେ ସଂଗୃହୀତ ହୋଇ ରହିବ ।

ଏପରିକି ପ୍ରଥମ ବର୍ଷରେ ସ୍ନାତକ ପରୀକ୍ଷା ଦେଇ ପଢା ଛାଡିଲେ ତାହା ସେମାନଙ୍କ ସ୍କୋର ଭାବେ ଗ୍ରହଣ କରାଯିବ । ଯେଉଁ ପିଲା ପ୍ରାରମ୍ଭିକ ୬ଟି ସେମିଷ୍ଟାରରେ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିବେ ଓ ଗ୍ରାଜୁଏସନ୍‌ ସ୍ତରରେ ରିସର୍ଚ୍ଚ କରିବାକୁ ଚାହିଁବେ, ସେମାନଙ୍କୁ ୪ର୍ଥ ବର୍ଷରେ ରିସର୍ଚ୍ଚ ବିଷୟ ବାଛିବା ପାଇଁ ସୁଯୋଗ ଦିଆଯିବ । ପରେ ତାଙ୍କୁ ରିସର୍ଚ୍ଚ ସହିତ ଅନର୍ସ ଡିଗ୍ରୀ ଦିଆଯିବ । ସେହିପରି ଯେଉଁ ଛାତ୍ରଛାତ୍ରୀମାନେ ଏବେ ତିନି ବର୍ଷିଆ ସ୍ନାତକ ଡିଗ୍ରୀ ପାଇଁ ନାମ ଲେଖାଇଛନ୍ତି, ସେମାନେ ମଧ୍ୟ ଚାରି ବର୍ଷିୟା ସ୍ନାତକ ଡିଗ୍ର ପଢିପାରିବେ ବୋଲି ୟୁଜିସି ପକ୍ଷରୁ ପ୍ରସ୍ତାବ ରଖାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.