ଟ୍ଵିଟର ମୁଖ୍ୟ କାର୍ଯ୍ୟାଳୟରେ ବେଡ୍‌ରୁମ୍‌କୁ ନେଇ ପୁଣି ବିବାଦରେ ଏଲନ୍‌ ମସ୍କ, ଯାଞ୍ଚ ଆରମ୍ଭ

ଟ୍ଵିଟରକୁ ନିଜ ଅଧୀନକୁ ନେବା ପରେ ଏଲନ୍‌ ମସ୍କ ଏଥିରେ ବହୁତ ପରିବର୍ତ୍ତନ କରିଛନ୍ତି । ଏବେବି ତାଙ୍କର ପରିବର୍ତ୍ତନ ଅଭିଯାନ ବଜାୟ ରହିଛି । ନିଟକରେ ସେ ଟ୍ଵିଟର ଅଫିସ୍‌ରେ କିଛି ଅଦଳ ବଦଳ କରିଥିବା ସୂଚନା ଆସିଛି । ସାନଫ୍ରାନସିସ୍କୋରେ ଥିବା ଟ୍ଵିଟର ମୁଖ୍ୟ କାର୍ଯ୍ୟାଳୟରେ ଏମିତି ପରିବର୍ତ୍ତନ କରିଛନ୍ତି ଯେ ସମସ୍ତେ ଏବେ ଆଶ୍ଚର୍ଯ୍ୟ ଚକିତ । ଏଠିଥିବା ଅଫିସ୍‌କୁ ସେ ବେଡ୍‌ରୁମ୍‌ରେ ବଦଳାଇ ଦେଇଛନ୍ତି । ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

ଅଫିସ୍‌ର ଏହି ରୁମ୍‌ରେ ଗୋଟିଏ ବେଡ୍‌ ପଡ଼ିଛି । ଏଠି ସୋଫା ଏବଂ ଓ୍ଵାସିଂ ମେସିନ ସହିତ ଅନ୍ୟ କିଛି ଦୈନନ୍ଦିନ ଆବଶ୍ୟକତାର ଜିନିଷପତ୍ର ମଧ୍ୟ ରହିଛି । ଯାହା କୁହାଯାଉଛି କି ମସ୍କ ଟ୍ଵିଟର ଅଫିସ୍‌ରେ କର୍ମଚାରୀଙ୍କ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିଛନ୍ତି । ଫଳରେ ସେମାନଙ୍କୁ ଅଧିକ ସମୟ କାମ କରିବାକୁ ପଡୁଛି । ସେଥିଲାଗି ସେମାନଙ୍କର ମଝିରେ ବିଶ୍ରାମ ନେବା ଦରକାର । ଖାସ୍‌ ସେଥିଲାଗି ଅଫିସ୍‌ରେ ଏହି ବେଡ୍‌ରୁମ୍‌ ବ୍ୟବସ୍ଥା କରାଯାଇଛି ।

ତେବେ ଏହାକୁ ନେଇ ଏକ ସମସ୍ୟା ମଧ୍ୟ ଉପୁଜିଛି । କାରଣ ଟ୍ଵିଟର ମୁଖ୍ୟ କାର୍ଯ୍ୟାଳୟ ପାଇଁ ନିଆଯାଇଥିବା ଏହି ଅଫିସ୍‌ଟି କେବଳ ବ୍ୟାବସାୟିକ ଉଦ୍ଦେଶ୍ୟରେ ରହିଛି । ଯେଉଁଥିପାଇଁ ଚୁକ୍ତିନାମା ବି କରାଯାଇଛି । ତେଣୁ ଫଟୋ ଭାଇରାଲ ହେବା ପରେ ଫ୍ରାନସିସ୍କୋ ବିଲଡିଂ ଡିପାର୍ଟମେଣ୍ଟ ଏହାର ଯାଞ୍ଚ ଆରମ୍ଭ କରିଛି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.