ଫିଫା ବିଶ୍ୱ କପ୍‌ ସେମିଫାଇନାଲ୍‌ରେ ଆର୍ଜେଣ୍ଟିନା-କ୍ରୋଏସିଆ ଏବଂ ଫ୍ରାନ୍ସ-ମରକ୍କୋ ଭେଟ

ଦୋହା : ଫିଫା ବିଶ୍ୱକପ୍‌ ସେମିଫାଇନାଲ ମୁକାବିଲା ଚୂଡ଼ାନ୍ତ । ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବିଶ୍ୱର ଏହି ସର୍ବବୃହତ ଫୁଟବଲ କୁମ୍ଭରେ ଆର୍ଜେଣ୍ଟିନା ଏବଂ କ୍ରୋଏସିଆ ପ୍ରଥମ ସେମିଫାଇନାଲ୍‌ରେ ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍‌ ୧୪ ତାରିଖ ଦିନ କାତାରର ଲୁସାଇଲ ଷ୍ଟାଡିୟମ୍‌ରେ ଖେଳାଯିବ । ଦ୍ୱିତୀୟ ସେମିଫାଇନାଲ୍‌ ମ୍ୟାଚ୍‌ ୧୫ ତାରିଖ ଦିନ ଫ୍ରାନ୍ସ ଓ ମରକ୍କୋ ମଧ୍ୟରେ ଅଲବାୟେତ ଷ୍ଟାଡିୟମ୍‌ରେ ଆୟୋଜିତ ହେବ ।

ଗତକାଲି କ୍ୱାର୍ଟରଫାଇନାଲ୍‌ ମ୍ୟାଚ୍‌ରେ ପର୍ତ୍ତୁଗାଲକୁ ୧-୦ ଗୋଲରେ ହରାଇ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲା ମରକ୍କୋ । ପ୍ରଥମ ଆଫ୍ରିକୀୟ ଦଳ ଭାବେ ଏହା ସେମିଫାଇନାଲ୍‌ରେ ପ୍ରବେଶ କରିଛି । ଶୁକ୍ରବାର କ୍ରୋଏସିଆ ଠାରୁ ହାରି ଫିଫା ବିଶ୍ୱକପରୁ ବାଦ୍‌ ପଡ଼ିଛିି ୫ ଥରର ଚାମ୍ପିଅନ୍‌ ବ୍ରାଜିଲ ।

ସେହିପରି ଅନ୍ୟ ଏକ ରୋମାଞ୍ଚକର ମୁକାବିଲାରେ ଟାଇଟଲ୍‌ ଆଶାୟୀ ଇଂଲଣ୍ଡକୁ ହରାଇ ସେମି ଫାଇନାଲରେ ଏଣ୍ଟ୍ରି ମାରିଛି ଫ୍ରାନ୍ସ । ୨-୧ ଗୋଲରେ ଇଂଲଣ୍ଡକୁ ହରାଇଛି ଫ୍ରାନ୍ସ । ଆଉ ବଡ଼ କଥା ହେଉଛି ପ୍ରଥମ ଥର ଫ୍ରାନ୍ସ ଦଳ ବିଶ୍ୱ କପରେ ଇଂଲଣ୍ଡକୁ ହରାଇଛି।

ଦୁଇ ସେମିଫାଇନାଲ୍‌ ବିଜେତା ଦଳ ମଧ୍ୟରେ ଡିସେମ୍ବର ୧୮ ତାରିଖ ଦିନ ଖେଳାଯିବ ଫାଇନାଲ୍‌ ମ୍ୟାଚ୍‌ ।
ଡିସେମ୍ବର ୧୪ ଓ ୧୫ ତାରିଖରେ ହେବ ଫିଫା ବିଶ୍ୱ କପ୍‌ର ଦୁଇ ସେମିଫାଇନାଲ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.