ମଝି ଆକାଶରେ ବିମାନ ଭିତରେ ସାପ ଆତଙ୍କ, ଭୟର ଥରହର ହେଲେ ଯାତ୍ରୀ

କେନ୍ୟୁଜ୍(ବ୍ୟୁରୋ): ମଝି ଆକାଶରେ ବିମାନ ଭିତରେ ସାପ ଆତଙ୍କ । ଏୟାର ଇଣ୍ଡିଆ ଏକ୍ସପ୍ରେସର ଯାତ୍ରୀବାହୀ ବିମାନରେ ମଝି ଆକାଶରେ ସାପ ଥିବା ସୂଚନା ମିଳିଥିଲା । ବିମାନକୁ ଦୁବାଇ ବିମାନ ବନ୍ଦରରେ ଅବତରଣ କରିବା ପରେ ଏହାର କାର୍ଗୋ ହୋଲ୍ଡ ଭିତରୁ ଏକ ସାପ ବାହାରିଥିବା କୁହାଯାଉଛି ।
ଏୟାର ଇଣ୍ଡିଆ ଏକ୍ସପ୍ରେସର ବି-୭୩୭-୮୦୦ ବିମାନ କାଲିକଟ, କରେଳରୁ ଦୁବାଇ ଆସିଥିଲା । ଯାତ୍ରୀମାନଙ୍କୁ ସୁରକ୍ଷିତ ବାହାରକୁ ବାହାର କରାଯାଇଥିଲା । ଏହି ଘଟଣା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛି ଡିଜିସିଏ ।