ମହାବଳ ନନ୍ଦନ ଔରସରୁ ବାଘୁଣୀ ମେଘା ଜନ୍ମ ଦେଲା ୩ଟି ଛୁଆ, ସୂଚନା ଦେଲେ ନନ୍ଦନକାନନ କର୍ତ୍ତୃପକ୍ଷ

ଭୁବନେଶ୍ୱର (କେ.ନ୍ୟୁଜ): ମହାବଳ ବାଘ ନନ୍ଦନ ଔରସରୁ ବାଘୁଣୀ ମେଘା ଜନ୍ମ ଦେଇଛି ୩ ଟି ଛୁଆ। ଆଗରୁ ୨୦୧୬ ମସିହାରେ ୨ ଟି ମହାବଳ ବାଘ ନନ୍ଦନ ଓ ବାହୁବଳୀ କୁ ଜନ୍ମ ଦେଇଥିଲା ମେଘା। ମେଘା ର ଏହା ଦ୍ବିତୀୟ ଗର୍ଭ। ମେଘା ଜନ୍ମ ଦେଇଥିବା ୩ ଟି ଛୁଆ ଉପରେ ସିସିଟିଭି କ୍ୟାମେରା ମାଧ୍ୟମରେ ନଜର ରଖାଯାଇଛି। ସେମାନଙ୍କର ଯତ୍ନ ନେବାପାଇଁ ସ୍ବତନ୍ତ୍ର କର୍ମଚାରୀ ରହିଛନ୍ତି। ବାଘ ଛୁଆ ଜନ୍ମ ହୋଇଥିବାର ସିସିଟିଭି ଭିଜୁଆଲ୍ ନନ୍ଦନକାନନ ପକ୍ଷରୁ ଦିଆଯାଇଛି। ତେବେ ଏହି ୩ ଟି ଛୁଆ ଜନ୍ମ ହେବ ପରେ ଏବେ ନନ୍ଦନକାନନରେ ବାଘ ସଂଖ୍ୟା ୩୦ ଛୁଇଁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.