ବରଗଡ଼ ଭଟ୍‌ଲି ଛକ ନିକଟରୁ ବାଘ ଛାଲ ସହ ଦାନ୍ତ ଓ ନଖ ଜବତ କଲା କ୍ରାଇମବ୍ରାଞ୍ଚ STF, ୩ଅଟକ

ବରଗଡ଼: ବରଗଡ଼ ଜିଲ୍ଲାରୁ ବାଘ ଛାଲ ଜବତ କଲା କ୍ରାଇମବ୍ରାଞ୍ଚ STF। ବାଘ ଛାଲ ସହ ଦାନ୍ତ ଓ ନଖ ମଧ୍ୟ ଜବତ କରାଯାଇଛି। ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି କ୍ରାଇମ୍‌ବ୍ରାଞ୍ଚର ତନାଘନା ଜାରି ରହିଛି।

ୱାଇଲ୍ଡ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ , ସ୍ପେଶିଆଲ ଟାସ୍କ ଫୋର୍ସ, ବରଗଡ଼ ଜିଲ୍ଲା ଟାଉନ ପୋଲିସ ଓ ବରଗଡ଼ ବନବିଭାଗର ମିଳିତ ଚଢାଉରେ ସ୍ଥାନୀୟ ଭଟ୍‌ଲି ଛକରେ ୩ ଜଣଙ୍କୁ କାବୁ କରାଯାଇଥିଲା। କିଏ ଓ କେଉଁଠିକୁ ଚାଲାଣ ହେଉଥିଲା ସେନେଇ ଜଣାପଡିନାହିଁ। କିଛି ଦିନ ତଳେ ଭୁବନେଶ୍ୱରରୁ ବାଘ ଛାଲ ଜବତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.