Below header

ଦମଦାର କ୍ୟାମେରା ଓ ଫିଚର ସହ ବଜାରକୁ ଓଲ୍ହାଇଲା Poco M3, ମାତ୍ର ୧୧ ହଜାର ଟଙ୍କାରେ ପାଇପାରିବେ ଲାଟେଷ୍ଟ ସୁବିଧା

ବିଶ୍ୱର ଅନ୍ୟତମ ସ୍ମାର୍ଟଫୋନ କମ୍ପାନୀ ନିଜ ସ୍ମାର୍ଟଫୋନ Poco M3କୁ ବିଶ୍ୱ ସ୍ତରରେ ଲଞ୍ଚ କରିଛି । ଏହି ଫୋନରେ ସ୍ନାପ ଡ୍ରାଗନ 662 ପ୍ରୋସେସର ଥିବା ବେଳେ ଟ୍ରିପଲ ରିୟର କ୍ୟାମେରା ସେଟ ଅପର ସୁବିଧା ମଧ୍ୟ ରହିଛି । ଏହାର ଡିଷ୍ପ୍ଲେ ଡ଼ଟ ଡ୍ରପ ଡ଼ିଜାଇନ ବିଶିଷ୍ଟ ହୋଇଥିବା ବେଳେ ଏହା ମିଡିୟା ଟେକ ହିଲିୟୋ G 80 ଭଳି ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି । ଭାରତରେ ଏହାର ଦର କେତେ ରହିବ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ବିଶ୍ୱ ବଜାରରେ ଏହାର ମୂଲ୍ୟ ପ୍ରାୟ ୧୪୯ ଡ଼ଲାର କିମ୍ବା ୧୧ ହଜାର ଟଙ୍କା ରହିବ ବୋଲି ସୂଚନା ମିଳିଛି ।

poco

ଯେବେକି ଏହି ସିରିଜର ୪ ଜିବି ରାମ ଓ ୧୨୮ ଜିବି ଷ୍ଟୋରେଜ ଭେରିୟାଣ୍ଟ ଫୋନର ଦର ୧୬୯ ଡ଼ଲାର ବା ୧୨ ହଜାର ୫୦୦
ଟଙ୍କା ପର୍ଯ୍ୟନ୍ତ ରହିବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଫୋନ କୁଲ ବ୍ଲୁ , ପୋକୋ ୟେଲୋ ଓ ପାୱାର ବ୍ଲାକ କଲର ଭେରିୟାଣ୍ଟ କଲରରେ ଉପଲବ୍ଧ ହେବ । ଏହି ଫୋନରେ ଡୁଆଲ ସିମ ସପୋର୍ଟ ଥିବା ବେଳେ ଏଥିରେ ଆଣ୍ଡ୍ରଏଡ଼ ୧୦ର ସପୋର୍ଟ ମଧ୍ୟ ରହିଛି । ଏହା ବାଦ ଏଥିରେ ୬.୫୩ ଇଞ୍ଚର ଫୁଲ ଏଚ୍ଡି ପ୍ଲସ ରହିଛି । ଯାହାର ରିଜୋଲୁସନ ୧୦୮୦ x ୨୩୪୦ ପିକସଲ ରହିଛି । ସିକ୍ୟୁରିଟି ଦୃଷ୍ଟିରୁ ଡିଷ୍ପ୍ଲେ ଉପରେ ଗରିଲା ଗ୍ଲାସ ପ୍ରୋଟେକ୍ସନ ସୁବିଧା ମଧ୍ୟ ରହିଛି ।

କ୍ୟାମେରା ଦୃଷ୍ଟିରୁ ଦେଖିଲେ ଏହାର ମେନ ଲେନ୍ସ ୪୮ ମେଗା ପିକସଲ ଓ ଏହାର ଅପଚର f /1.79 | ଅନ୍ୟ ଲେନ୍ସଟି 2 ମେଗା ପିକସଲର ହୋଇଥିବା ବେଳେ ଅନ୍ୟ କ୍ୟାମେରାଟି ହେଉଛି 2 ମେଗା ପିକସଲ ଵିଶିଷ୍ଟ । କନେକ୍ଟିଭିଟି ଦୃଷ୍ଟିରୁ ଏଥିରେ 4G LTE, wifi , ବ୍ଲୁ ଟୁଥ, ୟୁଏସବି ଟାଇପ-ସି ସମେତ ୩.୫ ଏମଏମ ହେଡ଼ଫୋନ ଜ୍ୟାକ ସୁବିଧା ମାନ ରହିଛି । ସୁରକ୍ଷା ଦୃଷ୍ଟିରୁ ଫୋନରେ ପାୱାର ବଟନରେ ଫିଙ୍ଗର ପ୍ରିଣ୍ଟ ସେନ୍ସର ସୁବିଧା ରହିଛି । ଆଉ ଫାଷ୍ଟ ଚାରଜିଙ୍ଗ ପାଇଁ ୬୦୦୦ mAh ବ୍ୟାଟେରୀ ସୁବିଧା ରହିଛି । ଫୋନର ଓଜନ ୧୯୮ ଗ୍ରାମ ପର୍ଯ୍ୟନ୍ତ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.