Below header

ବାଲିଗୁଡ଼ା ବନଖଣ୍ଡ ବେଲଘର ରେଞ୍ଜରେ ବାଘ ଆତଙ୍କ, ଏକ ବଳଦକୁ ଖାଇ ଦେଇଥିବାର ଭିଜୁଆଲ୍ ଭାଇରାଲ୍

ବାଲିଗୁଡ଼ା: ବଳଦକୁ ଖାଇଦେଲା ବାଘ। ବାଲିଗୁଡ଼ା ବନଖଣ୍ଡ ବେଲଘର ରେଞ୍ଜରେ ବାଘ ଆତଙ୍କ। ଗୁମା ନର୍ଥ ଡିଭିଏଫ୍‌ ଜଙ୍ଗଲରେ ଚରିବାକୁ ଯାଇଥିବା ଏକ ବଳଦକୁ ବାଘ ଖାଇ ଦେଇଥିବା ଭିଜୁଆଲ୍‌ ଆସିଛି। ଗୁମ୍ମା ଅଞ୍ଚଳର ସୁରେଶ୍ୱର ମଳିକଙ୍କ ବଳଦଟି ଗତକାଲିଠୁ ଚରିବାକୁ ଯାଇ ଆଉ ଫେରିନଥିଲା।

ଖୋଜାଖୋଜି ପରେ ଜଦହ୍ଲରୁ ବଳଦର ମୃତଦେହ ମିଳିଥିଲା। ତାର ମୁଣ୍ଡ ନଥିଲା। ଖବର ପାଇ ବେଲଘର ରେଞ୍ଜ ବନ କର୍ମଚାରୀ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଏକ ଚିତାବାଘ ବୋଲି ବନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୁରେଶ୍ୱରଙ୍କୁ ଆବଶ୍ୟକ କ୍ଷତିପୂରଣ ଦିଆଯିବ ବୋଲି ବନବିଭାଗ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.