ଖୁବଶୀଘ୍ର କେନ୍ଦ୍ର ସରକାର ଆପଣଙ୍କ ଆକାଉଣ୍ଟକୁ ପଠାଇବେ ୨ ହଜାର ଟଙ୍କା, ଆପଣଙ୍କୁ ମିଳିବ କି ନାହିଁ ଏମିତି କରନ୍ତୁ ଚେକ୍

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଅଷ୍ଟମ କିସ୍ତି ଏପ୍ରିଲ ମାସରେ ଗ୍ରାହକଙ୍କ ଖାତାକୁ ଟ୍ରାନ୍ସଫର ହେବ। ୨୦୨୧-୨୨ର ପ୍ରଥମ କିସ୍ତି ହେବ। ଏହି କିସ୍ତି ଅଧିନରେ ସରକାର ୨୦୦୦ ଟଙ୍କା ସିଧାସଳଖ ଭାବେ ଚାଷୀଙ୍କ ବ୍ଯାଙ୍କ ଖାତାକୁ ଆସିବ। ଯଦି ଆପଣ ଏହି ସ୍କିମରେ ଖାତା ଖୋଲିଛନ୍ତି ଏବଂ ପୂର୍ବରୁ ଏହି ଆକାଉଣ୍ଟରେ ଇନଷ୍ଟାଲମେଣ୍ଟ ଆସିଛି, ତେବେ KYCକୁ ଜଲଦି ଅପଡେଟ୍ କରିଦିଅନ୍ତି। ଖୁବଶୀଘ୍ର ଆପଣଙ୍କୁ ଏହି କିସ୍ତିର ଅଷ୍ଟମ କିସ୍ତି ମିଳିବ।

ଏଥିପାଇଁ ଆପଣଙ୍କୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ସ୍କିମରେ ଲାଭାର୍ଥୀ ଲିଷ୍ଟ ଚେକ କରିଦିଅନ୍ତୁ। ଆପଣ ପିଏମ କିସାନ ସ୍କିନର ଆପ୍ କିମ୍ବା ଏହି ଯୋଜନାର ଅଫିସିଆଲ ୱେବସାଇଟକୁ ଯାଇ ବେନିଫିସିଆରୀ ସୂଚୀ ଚେକ୍ କରିପାରିବେ।

money
photo credit: Business Today

ଜାଣନ୍ତୁ କେମିତି ଦେଖିବେ ଆକାଉଣ୍ଟ:

– ପ୍ରଥମେ ମୋବାଇଲ କିମ୍ବା କମ୍ପ୍ଯୁଟରର ବ୍ରାଉଜରକୁ ଯାଇ ପିଏମ୍ କିସାନ ସ୍କିମର ଅଫିସିଆଲ ୱେବସାଇଟ https://pmkisan.gov.in/କୁ ଯାଆନ୍ତୁ।
– ଏଠାର ଡାହାଣ ପଟ କଡରେ Farmers corner ଅପସନ ଦେଖିବାକୁ ମିଳିବ।
– ସେଠାରେ କ୍ଲିକ କରିବା ପରେ Beneficiary list ରେ କ୍ଲିକ କରନ୍ତୁ।
– ଏବେ ଏକ ନୂଆ ପେଜ ଖୋଲିବ।
– ଏହି ପେଜରେ ରାଜ୍ଯ, ଜିଲ୍ଲା, ଉପଜିଲ୍ଲା, ବ୍ଲକ ଏବଂ ଗାଁକୁ ଚୟନ କରନ୍ତୁ।
– ସମସ୍ତ ବିକଳ୍ପ ଚୟନ କରିବା ପରେ Get report କ୍ଲିକ କରନ୍ତୁ।
– ଏଠାରେ ଲିଷ୍ଟ ଅନେକ ପେଜର ରହିବ। ଏହି ଲିଷ୍ଟରେ ନାମ ଆଲାବେଟିକାଲ ଅର୍ଡରରେ ଦେଖିବାକୁ ମିଳିବ। ଆପଣ ନିଜର ନାମକୁ ସହଜରେ ଚେକ୍ କରିପାରିବେ।

ଯଦି ଆପଣ ନିକଟରେ ରେଜିଷ୍ଟ୍ରସନ କରାଇଛନ୍ତି ଆଉ ଏହି ଲିଷ୍ଟରେ ଆପଣଙ୍କ ନାଁ ନାହିଁ, ତେବେ ୱେବସାଇଯ ଜରିଆରେ ଆପଣ ରେଜିଷ୍ଟ୍ରସନ ଷ୍ଟାଟସ ମଧ୍ୟ ଚେକ୍ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.