ଟିଟଲାଗଡରେ ମୁଣ୍ଡଫଟା ଗରମ, ରାଜ୍ୟ ତଥା କେନ୍ଦ୍ର ସରକାର ବିପର୍ଯ୍ୟୟ ଘୋଷଣା କରି ସ୍ୱତନ୍ତ୍ର ଅନୁଦାନ ଦେବାକୁ ଦାବି

ଟିଟିଲାଗଡ଼(କେନ୍ୟୁଜ): ଜଳୁଛି ତତଲାଗଡ଼ । ମୁଣ୍ଡ ଫଟା ଗରମ । ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ସାଧାରଣ ଜୀବନ ଯାତ୍ରା । ଦିନ ୯ଟା ପରେ ଘରୁ ବାହାରିବା ବି ମୁସ୍କିଲ । ଟିଟିଲାଗଡ଼ର ପାରଦ ୪୩.୪ ଡିଗ୍ରୀ ରେକର୍ଡ ହେଲାଣି । ଆଗକୁ ଆହୁରି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଥିବାବେଳେ ଏବେଠାରୁ ଡହଳ ବିକଳ ହେଲେଣି ସ୍ଥାନୀୟ ଲୋକ ।

ଏପଟେ ତାତି ସହ ପାନୀୟ ଜଳ ସମସ୍ୟା ସହରବାସୀଙ୍କୁ ଆହୁରି ଘାଇଲା କରୁଛି । ଚିନ୍ତାରେ ସ୍ଥାନୀୟ ଦିନମଜୁରିଆ । ତେବେ ଟିଟିଲାଗଡ଼ର ତାତିକୁ ରାଜ୍ୟ ତଥା କେନ୍ଦ୍ର ସରକାର ବିପର୍ଯ୍ୟୟ ଘୋଷଣା କରି ସ୍ୱତନ୍ତ୍ର ଅନୁଦାନ ଯୋଗାଇ ଦେବା ପାଇଁ ଦାବି ହୋଇଛି ।

ଅନ୍ୟପଟେ ସମସ୍ତ ବିଭାଗକୁ ସଜାଗ ରହିବା ପାଇଁ ନିର୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ଆଗକୁ ପାନୀୟ ଜଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ, ଜଳଛତ୍ର ଖୋଲାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.