ଜାଣନ୍ତୁ କେତେବେଳେ ଓଡ଼ିଶା ପହଞ୍ଚିବ ତିତ୍‌ଲି ?

ଭୁବନେଶ୍ବର (କେନ୍ଯୁଜ୍) : ମାଡ଼ି ଆସୁଛି ବାତ୍ୟା ତିତ୍‌ଲି । ଆଜି ରାତିରେ ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ । ଏହା ଏବେ ଗୋପାଳପୁରଠାରୁ ୫୬୦ କିଲୋମିଟର ଦୂର ଓ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ ୫୧୦ କିଲୋମିଟର ଦୂରରେ ରହିଛି । ଏହା ଡିପ-ଡିପ୍ରସେନର ରୂପ ନେଇଛି । ଘଣ୍ଟା ପ୍ରତି ୧୦ କିମି ବେଗରେ ଓଡ଼ିଶା-ଆନ୍ଧ୍ର ମୁହାଁ ହେଉଛି । ୧୧ ତାରିଖ ସକାଳ ସୁଦ୍ଧା ଏହା ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଧ୍ୟରେ ସ୍ଥଳଭାଗ ଛୁଇଁବ । ପ୍ରଭାବରେ ଆଜି ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି ।

ଦକ୍ଷିଣ, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷିବ । ଆସନ୍ତାକାଲିଠୁ ଗୁରୁବାର ପର୍ଯ୍ୟନ୍ତ ୫ଟି ଜିଲ୍ଲାକୁ ହାଇ ଆଲର୍ଟ କରାଯାଇଛି । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂପୁର ଓ କେନ୍ଦ୍ରପଡା ଜିଲ୍ଲାକୁ ହାଇଆଲର୍ଟ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେହିପରି ୧୧ରୁ ୧୨ ତାରିଖ ଯାଏ ୧୪ଟି ଜିଲ୍ଲାକୁ ସତର୍କତା କରାଯାଇଛି । ଏହି ସବୁ ଜିଲ୍ଲା ଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବୌଦ୍ଧ, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ସେହିପରି ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.