Below header

ବଲାଙ୍ଗୀର: ଡାକ୍ତରଖାନାରେ ଡାକ୍ତର ସମସ୍ୟା ନେଇ ଆଜି ୧୨ ଘଣ୍ଟିଆ ତୁଷୁରା ବନ୍ଦ

ବଲାଙ୍ଗୀର(କେନ୍ୟୁଜ୍): ୧୨ ଘଣ୍ଟିଆ ତୁଷୁରା ବନ୍ଦ । ବଲାଙ୍ଗୀର ଜିଲ୍ଲା ତୁଷୁରା ଡାକ୍ତରଖାନାରେ ଡାକ୍ତର ସମସ୍ୟା ନେଇ ତୁଷୁରା ୟୁଥ୍‌ ଏକ୍ସନ କମିଟି ପକ୍ଷରୁ ବନ୍ଦ କରାଯାଇଛି । ବନ୍ଦ ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ଏବଂ ଗାଡି ଚଳାଚଳ ବନ୍ଦ ରହିଛି ।

ତୁଷୁରା ଡାକ୍ତରଖାନାରେ ଡାକ୍ତର ସମସ୍ୟା ଯୋଗୁଁ ରୋଗୀ ସେବାରେ ବାଧାପ୍ରାପ୍ତ ହେବା ସହ ରାତ୍ରୀକାଳୀନ ମେଡିକାଲ ସେବା ନଥିବାରୁ ନାନା ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ । ଏଥିସହ ତୁଷୁରା ଏନଏସି ହେବାକୁ ୮ବର୍ଷ ବିତିଯାଇଥିବା ସତ୍ତ୍ୱେ ଏଠାରେ କୌଣସି ଉନ୍ନତି ହୋଇନଥିବା ଅଭିଯୋଗ ହୋଇଛି । ଏଥିପ୍ରତି ଦୃଷ୍ଟି ଦିଆନଗଲେ ଆଗାକୁ ଆନ୍ଦୋଳନ ତୀବ୍ରର ଚେତାବନୀ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.