କାରର ନମ୍ବର ପ୍ଲେଟରେ କାହିଁକି ରଙ୍ଗ ଅଲଗା ଅଲଗା ? ଜାଣନ୍ତୁ

ରାସ୍ତାରେ ଆପଣ ଯାଉଥିବା ସମୟରେ ସବୁବେଳେ ଗାଡି ଉପରେ ତ ନଜର ପଡୁଥିବ କିନ୍ତୁ ଗାଡି ଅର୍ଥାତ କାରରେ ଲାଗିଥିବା ନମ୍ବର ପ୍ଲେଟ ଉପରେ କେବେ ନଜର ପଡିଛି କି । ନମ୍ବର ପ୍ଲେଟର ରଙ୍ଗ କେବେ ଦେଖିଛନ୍ତି କି । କେବେ କେବେ ତାହା ଅଲଗା ବି ଦେଖିଥିବେ । ହେଲେ ଏମିତି କାହିଁକି ହୋଇଥାଏ । କେଉଁ ଗାଡିରେ ଏପରି ରଙ୍ଗର ପ୍ଲେଟ ଓ ନମ୍ବର ଲଗାଯାଇଥାଏ । ଏହାର ଅର୍ଥ କଣ । ଜାଣିବା ।

ଆପଣ ଦେଖିଥିବେ କି ସବୁବେଳେ କି କାର ଉପରେ ଧଳା ଅଥବା ହଳଦୀଆ ରଙ୍ଗର ନମ୍ବର ପ୍ଲେଟ ଲଗାଯାଇଥିବାର । କିନ୍ତୁ ଏମିତିବି କେତୋଟି କାର ରହିଛି ଯାହା କେବେ କେବେ ଦେଖାଯାଏ ଆଉ ସେଥିରେ ନାଲି ରଙ୍ଗର, କଳାରଙ୍ଗର, ନମ୍ବର ପ୍ଲେଟ ରହିଥାଏ । କିନ୍ତୁ ଏହାକୁ ନେଇ କେବେ ଆପଣ ଭାବନାରେ ପଡିଛନ୍ତି କି ଏମିତି ଅନ୍ୟ ରଙ୍ଗର ନମ୍ବର ପ୍ଲେଟ କେଉଁ କାରରେ ରହିଥାଏ । କାରର ନମ୍ବର ପ୍ଲେଟ ତାହାର ରେଜିଷ୍ଟ୍ରେସନ ଆଧାରରେ ହୋଇଥାଏ । ଏମିତିରେ ଜାଣିବା କି ପ୍ରକୃତରେ ଏହି ସବୁ ରଙ୍ଗ ଓ ବିଭିନ୍ନତାର କଣ ଅର୍ଥ ।

ଲାଲ ନମ୍ବର ପ୍ଲେଟ । ଯାହା ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ଗାଡିରେ ଲଗାଯାଇଥାଏ । ଏଥିରେ ନମ୍ବର ପ୍ଲେଟ ରାଷ୍ଟ୍ର ପ୍ରତୀକ ଅଶୋକ ସ୍ତମ୍ଭ ଲଗାଯାଇଥାଏ । ଏଥିରେ ନମ୍ବର ନଥାଏ । ଏହା ଛଡା ଲାଲ ରଙ୍ଗର ନମ୍ବର ପ୍ଲେଟ ସେହି ବାହନ ଗୁଡିକରେ ବି ଲଗାଯାଇଥାଏ ଯାହାକୁ କୌଣସି କାର ନିର୍ମାତା କମ୍ପାନୀ ଟେଷ୍ଟିଙ୍ଗ ଅଥବା ପ୍ରମୋସନ ପାଇଁ ରାସ୍ତାକୁ ଓହ୍ଲାଇଥାନ୍ତି ।

ସବୁଜ ଲମ୍ବର ପ୍ଲେଟ । ଭାରତରେ ସବୁଜ ରଙ୍ଗର ନମ୍ବର ପ୍ଲେଟ ଇଲେକ୍ଟ୍ରିକ ଗାଡିରେ ଲଗାଯାଇଥାଏ । ଇଲେକ୍ଟ୍ରିକ କାରରେ ସବୁଜ ରଙ୍ଗର ନମ୍ବର ପ୍ଲେଟରେ ଧଳାରଙ୍ଗରେ ନମ୍ବର ଲେଖାଯାଇଥାଏ । ଯେତେବେଳେ କି କମର୍ସିଆଲ ଇଲେକ୍ଟ୍ରିକ ଗାଡି ଗୁଡିକ ଉପରେ ହଳଦୀଆ ରଙ୍ଗରେ ନମ୍ବର ଲେଖାଯାଇଥାଏ ।

କଳା ନମ୍ବରପ୍ଲେଟ । ଆପଣ ଅନେକ ଗାଡିରେ କଳା ରଙ୍ଗର ନମ୍ବର ପ୍ଲେଟ ଦେଖିଥିବେ । ଏହା ମଧ୍ୟ କମର୍ସିଆଲ ବାହନ ହୋଇଥାଏ । ଯେଉଁ କାରକୁ ଭଡାରେ ଦିଆଯାଇଥାଏ । ସେହି କାରକୁ ରେଣ୍ଟାଲ କାର କୁହାଯାଏ । ଏବଂ ଏଥିରେ ହଳଥଦୀଆ ରଙ୍ଗରେ ନମ୍ବର ଲେଖାଯାଇଥାଏ । ରେଣ୍ଟାଲ କାର ଉପରେ କଳା ରଧଙ୍ଗର ପ୍ଲେଟ ଲଗାଯାଇଥାଏ ।

ନିଳ ନମ୍ବର ପ୍ଲେଟ । ନିଳ ରଙ୍ଗର ନମପ୍ଵର ପ୍ଲେଟ କେବଳ ଦୂତାବାସ ସହ ଯୋଡା । ଏହି ନିଳ ନମ୍ବର ପ୍ଲେଟ କାରରେ ବିଦେଶୀ ପ୍ରତିନିଧି ଟ୍ରାଭେଲ କରିଥାନ୍ତି । ବିଦେଶୀ ରାଜଦୂତ ବା ରାଜନ୍ୟାୟିକ ଲୋକଙ୍କ କାରରେ ଏହି ପ୍ଲେଟ ଲଗାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.