କ୍ୟାମେରା ସାମ୍ନାରେ ଲଭ୍‌ ବାଇଟ୍‌ ଦେଖାଇଲେ ରାକ୍ଷୀ ସାଓ୍ଵନ୍ତ, କହିଲେ- ବଡ଼ ପୋକଟେ କାମୁଡ଼ି ଦେଇଛି; ଲାଜେଇ ଗଲେ ବୟଫ୍ରେଣ୍ଡ୍‌ ଆଦିଲ

ଡ୍ରାମା କ୍ୱିନ୍‌ ରାକ୍ଷୀ ସାଓ୍ଵନ୍ତଙ୍କୁ ଏଣ୍ଟରଟେନ୍‌ମେଣ୍ଟର ଦୋକାନ ବୋଲି କୁହାଯାଏ। ସେ ଯାହା ବି କରନ୍ତି, ଯାହା ବି କୁହନ୍ତି ସବୁ ଭାଇରାଲ ହୋଇଥାଏ। ରାକ୍ଷୀଙ୍କ ଜୀବନ ଏକ ଖୋଲା ବହି ଭଳି। ତାଙ୍କର ବ୍ରେକ୍‌ଅପ୍‌ ହେଉ କି ପ୍ୟାଚ୍‌ ଅପ୍‌, ସବୁ ଜିନିଷର ପ୍ରମାଣ ସେ ମିଡିଆକୁ ଦେଖାଇଥାନ୍ତି। ଏବେ ରାକ୍ଷୀ ସାଓ୍ଵନ୍ତ ପ୍ରେମରେ ଅଛନ୍ତି। ବୟଫ୍ରେଣ୍ଡ୍‌ ଆଦିଲ ଦୁର୍ରନୀଙ୍କ ସହ ଏବେ ରିଲେସନ୍‌ସିପ୍‌ରେ ଅଛନ୍ତି ରାକ୍ଷୀ। ଉଭୟଙ୍କ ଜୋରଦାର ରୋମାନ୍ସ ଚାଲିଛି। ତେବେ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ରାକ୍ଷୀ ସାଓ୍ଵନ୍ତଙ୍କ ଲଭ୍‌ ବାଇଟ୍‌ସ।

ରାକ୍ଷୀ ସାଓ୍ଵନ୍ତଙ୍କର ଏକ ନୂଆ ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ରାକ୍ଷୀ ମିଡିଆ ସହ ଆଲୋଚନା କରିବା ବେଳେ ନିଜ ଲଭ୍‌ ବାଇଟ୍ସ ଦେଖାଉଛନ୍ତି। ରାକ୍ଷୀଙ୍କ ବେକରେ ଦାଗ ଦେଖି ଗଣମାଧ୍ୟମ ତାଙ୍କୁ ପ୍ରଶ୍ନ କରିଥିଲେ -ଆପଣଙ୍କୁ କିଏ କାମୁଡ଼ିଲା। ଜବାବରେ ରାକ୍ଷୀ କହୁଛନ୍ତି- ଏକ ବଡ଼ ପୋକ କାମୁଡ଼ି ଦେଇଛି। ତା’ ପରେ ରାକ୍ଷୀ ଆଦିଲଙ୍କ ଆଡ଼କୁ ଈଶାରା କରି କହୁଛନ୍ତି-ୟାକୁ ବି ବଡ଼ ପୋକ କାମୁଡ଼ି ଦେଇଛି। ରାକ୍ଷୀ ଏ ଅବସରରେ ଆଦିଲଙ୍କ ଲଭ୍‌ ବାଇଟ୍‌ ବି ଦେଖାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଆଦିଲ ଲାଜେଇ ଯାଇ ରାକ୍ଷୀଙ୍କୁ ଅଟକାଇ ଦେଉଛନ୍ତି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Bol.Bollywood (@bol.bollywood)

ରାକ୍ଷୀ ସାଓ୍ଵନ୍ତଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ୟୁଜର୍ସ ମଧ୍ୟ ରାକ୍ଷୀଙ୍କ ଭିଡିଓରେ ମଜାଦାର କମେଣ୍ଟ କରୁଛନ୍ତି। ଏହି ଭିଡିଓ ଦେଖିବାପରେ ଲୋକମାନେ ହସି ହସି ଗଡ଼ୁଛନ୍ତି। ଜଣେ ୟୁଜର ରାକ୍ଷୀକୁ ପାଗଳ ବୋଲି କହିଥିବା ବେଳେ ଆଉ ଜଣେ କହିଛନ୍ତି- ବେଜିତ କରି ଦେବ ଇଏ।

ତେବେ ଏ ଅବସରରେ ରାକ୍ଷୀ କହିଛନ୍ତି ସେ ସବୁବେଳେ ଆଦିଲଙ୍କ ସହ ହିଁ ରହିବେ। ମଲା ଯାଏଁ। କାରଣ ସେ ଆଦିଲଙ୍କୁ ସବୁଠୁ ଅଧିକ ଭଲ ପାଆନ୍ତି।

Also Read: ନଗ୍ନ ଫଟୋ ଉଠାଇ ବିବାଦରେ ରଣବୀର ସିଂହ, ପୋଲିସରେ ମାମଲା ରୁଜୁ କଲେ ଲୋକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.