ରାଜ୍ୟରେ ୨୪ ଘଣ୍ଟାରେ ୧୬୦ ପଜିଟିଭ୍‌, ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୮୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୫୩.୭୫ ପ୍ରତିଶତ । ଆଜି ମୋଟ ପଜିଟିଭ୍‌ ରେଟ୍‌ ରହିଛି ୦.୨୬ ପ୍ରତିଶତ । ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୨୦ ଜଣ । ୨୪ ଘଣ୍ଟାରେ ୫୯ ହଜାର ୩୪୬ କୋଭିଡ ଟେଷ୍ଟିଂ ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୧ହଜାର ୯ଶହ ୫୫ । ସେହିପରି ୨୪ ଘଣ୍ଟାରେ ଜଣେ  ଆକ୍ରାନ୍ତ ପ୍ରାଣ ହରାଇଥିବା ସୂଚନା ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.