Below header

ଆଜି ପବିତ୍ର ଅକ୍ଷୟ ତୃତୀୟା: ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ସହ ରଥ ନିର୍ମାଣର ଅନୁକୂଳ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା । ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ସହ ରଥ ନିର୍ମାଣର ଅନୁକୂଳ ହେବ । ନରେନ୍ଦ୍ର ପୁଷ୍କରଣୀରେ ଜଳକ୍ରୀଡା କରିବେ ମହାପ୍ରଭୁ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସମସ୍ତ ସେବାୟତଙ୍କ ଆରଟିପିସିଆର ଟେଷ୍ଟ ସରିଛି । କେବଳ ନେଗେଟିଭ ରିପୋର୍ଟ ଆସିଥିବା ସେବାୟତ ହିଁ ବାହାର ଚନ୍ଦନ ଯାତ୍ରାରେ ସାମିଲ ହେବେ

୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀ ଚାରିପାଖ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ଜାରି ହେବ ୧୪୪ ଧାରା । ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । କୋଭିଡ କଟକଣା ପାଳନ ପାଇଁ ୬ଟି ଏନଫୋର୍ସମେଣ୍ଟ ଟିମ୍‌ କାର୍ଯ୍ୟ କରିବ । ଆଜି ଅକ୍ଷୟ ତୃତୀୟାରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.