ରାଜ୍ୟରେ ଧିମେଇଲା ଟିକାକରଣ, ଆଜି ୧୭ ଜିଲ୍ଲାରେ ବନ୍ଦ ରହିବ ସମସ୍ତ କେନ୍ଦ୍ର

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଧିମେଇଲା ଟିକାକରଣ। ଟିକା ଅଭାବ ପାଇଁ ବହୁ ଜିଲ୍ଲାରେ ଟିକାକରଣ ବନ୍ଦ ରହୁଛି। ଆଜି ରାଜ୍ୟର ୧୭ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ବୌଦ୍ଧ,କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ରାୟଗଡ଼ା ଏବଂ ସୋନପୁରରେ ଟିକାକରଣ ହେବନି । ୧୦୨ଟି କେନ୍ଦ୍ରରେ ଟିକାକରଣ କରାଯିବ ।

ଗତ ୧ ସପ୍ତାହ ଧରି ରାଜ୍ୟରେ ଦୈନିକ ପ୍ରାୟ ୩ଲକ୍ଷ ଟିକାକରଣ ହୋଇଥିଲା। ଏହାପରେ ପୁଣି ଧିମେଇବା ଆରମ୍ଭ କରିଛି। ଗତକାଲି ରାଜ୍ୟରେ ଟିକାକରଣ ସଂଖ୍ୟା ୩୬ହଜାର ତଳକୁ ଖସିଆସିଛି। ଫଳରେ କେନ୍ଦ୍ର ସରକାର ଏହି ମାସରେ ଯେତିକି ଟିକା ପ୍ରଦାନ କରିବେ ସେଥିରେ ଦୈନିକ ୩ଲକ୍ଷ ଟିକାକରଣ କରିବା ସମ୍ଭବ ହେବନାହିଁ। ଗତକାଲି ୧ ଲକ୍ଷ ଡୋଜ୍‌ କୋଭିସିଲ୍ଡ ଟିକା ଓଡ଼ିଶାରେ ପହଞ୍ଚିଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ ଲକ୍ଷ ୧୪ ହଜାର ୬୬୦ ଡୋଜ୍‌ କୋଭିସିଲ୍ଡ ଟିକା ମହଜୁଦ୍‌ ରହିଛି । ସେହିଭଳି ୪ ଲକ୍ଷ ୪୨ ହଜାର ୧୩୦ ଡୋଜ୍‌ କୋଭାକ୍ସିନ୍‌ ଟିକା ଉପଲବ୍ଧ ରହିଛି । ରାଜ୍ୟରେ ଏପର୍ଯ୍ୟନ୍ତ ୧.୨୦ କୋଟି ଅଧିକ ଡୋଜ୍‌ ଟିକା ଦିଆଗଲାଣି।

Leave A Reply

Your email address will not be published.