ପୁରୀରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ବନ୍ଦ ରହିବ ଉଚ୍ଛେଦ କାମ

ପୁରୀ (କେନ୍ୟୁଜ୍) : ଆଜି ଓ ଆସନ୍ତାକାଲି ଦୁଇ ଦିନ ବନ୍ଦ ରହିବ ଉଚ୍ଛେଦ କାମ। ଆଜି ରବିବାର ଓ ସୋମବାର ଗଣେଶ ପୂଜା ଥିବାରୁ ବନ୍ଦ ରହିବ ଉଚ୍ଛେଦ କାମ। ତେବେ ଏହି ଦୁଇ ଦିନ ଏମାର ମଠର ଭଗ୍ନାଂବଶେଷ ଉଠାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ରହୁଥିବା ଘର ସଂପୃକ୍ତ ଅସୁରକ୍ଷିତ ରହିଛି। ମଠର ଗାଦି, ରାମାନୁଜ ମୂର୍ତ୍ତି ଓ ମନ୍ଦିରକୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବ। ସେହିପରି ଏମାର ମଠ ପରେ ବଡ଼ ଆଖଡ଼ା ଓ ସାନଛତା ମଠ ମଧ୍ୟ ଭଙ୍ଗାଯିବାର ଯୋଜନା ରହିଛି। ଏହି ଦୁଇଟି ମଠ ପୂର୍ବରୁ ଅସୁରକ୍ଷିତ ଘୋଷଣା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ। ଫନି ବାତ୍ୟା ଦ୍ୱାରା ପ୍ରଭାବିତ ପୁରୀ ଜିଲ୍ଲାର ପ୍ରାୟ ୨୨ ହଜାର ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରଫୁଲ୍ଲ ଯୋଜନା କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.