ସୁସ୍ଥ ହେଲେ ଆଉ ୨୦୩ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟପାଇଁ ଖୁସି ଖବର। ଆଜି ଆଉ ୨୦୩ ଜଣ  କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୩୮ ଜଣ, ଖୋର୍ଦ୍ଧାର ୩୭ ଜଣ, ଗଜପତିର ୧୯ ଜଣ, କଟକ ଓ ଜଗତସିଂହପୁରରୁ ୧୮ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି ସମ୍ବଲପୁରରୁ ୧୨ ଜଣ, ସୁନ୍ଦରଗଡରୁ ୧୨ ଜଣ, ଢେଙ୍କାନାଳରୁ ୧୦ ଜଣ, ଯାଜପୁରରୁ ୮ ଜଣ, ବରଗଡରୁ ୭ ଜଣ, ମୟୂରଭଞ୍ଜରୁ ୬ ଜଣ,ରାୟଗଡାରୁ ୫ ଜଣ, ବାଲେଶ୍ବର କନ୍ଧମାଳରୁ ୫ ଜଣ ଲଖାଏଁ, ପୁରୀରୁ ୨ ଜଣ ଓ ଦେବଗଡ,ଝାରସୁଗୁଡା,ମାଲକାନଗିରି, କେନ୍ଦୁଝର,ନବରଙ୍ଗପୁରରୁ ଜଣେ ଲଖାଏଁ  ସୁସ୍ଥ ହୋଇଛନ୍ତି ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ପହଞ୍ଚିଲା ୫୭୦୫ରେ ।

ରାଜ୍ୟରେ ଆଜି ସର୍ବାଧିକ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୪୨୫ ଆକ୍ରାନ୍ତ ଥିବା ବେଳେ ୧୩୬ ଜଣ ଲୋକାଲ୍ କେସରୁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ।

ସୂଚନା ଅନୁଯାୟୀ, ଏହି ୫୬୧ କରୋନା ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୨୮୩, ବରଗଡ଼ରୁ ୨୧, ଭଦ୍ରକରୁ ୧, ବଲାଙ୍ଗୀରରୁ ୧୯, କଟକରୁ ୮୧, ଢେଙ୍କାନାଳରୁ ୩,  ଜଗତସିଂହପୁରରୁ ୬, ଯାଜପୁରରୁ ୩, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୫, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୬, ଖୋର୍ଦ୍ଧାରୁ ୨୬, କୋରାପୁଟରୁ ୪, ମୟୁରଭଞ୍ଜରୁ ୧୦, ପୁରୀରୁ ୧, ରାୟଗଡ଼ାରୁ ୭୬, ସମ୍ବଲପୁରରୁ ୮, ସୁନ୍ଦରଗଡ଼ରୁ ୩ ଏବଂ ଏନଡିଆରଏଫର ଜଣେ କର୍ମଚାରୀ ଚିହ୍ନଟ ହୋଇଛନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.