ଆଜି ହେଉଛି ବଡଓଷା: କିରାତ ଅର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର, ମନ୍ଦିର ପରିସରରେ ୧୪୪ ଧାରା ଲାଗୁ

ଆଠଗଡ: ଆଜି ହେଉଛି ବଡଓଷା। କାର୍ତ୍ତିକ ମାସରେ ଏହି ପବିତ୍ର ଦିନ ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ କିନ୍ତୁ ବିନା ଭକ୍ତରେ। କୋଭିଡ୍ କଟକଣା ଯୋଗୁ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି । ତେବେ ଏହି ପିବତ୍ର ଦିନରେ କିରାତ ଅର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର।

ଏହି ଅବସରରେ ବିଭିନ୍ନ ପ୍ରକାର ଫୁଲରେ ସଜେଇ ହୋଇଛି ଧବଳେଶ୍ୱରଙ୍କ ପୀଠ । ଆଜି ମଧ୍ୟରାତ୍ରି ତ୍ରୟୋଦଶୀ ଓ ଚର୍ତୁଦଶୀ ଶନ୍ଧିକ୍ଷଣରେ ଗଜଭୋଗ ଲାଗି କରାଯିବ । କୋଭିଡ କଟକଣା ଯୋଗୁ ମନ୍ଦିର ପରିସରରେ ୧୪୪ ଧାରା ଜାରି ହୋଇଛି। ଘରେ ରହି ଅନଲାଇନ ମାଧ୍ୟମରେ ଦର୍ଶନ କରିବାକୁ ଭକ୍ତଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.