Below header

ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ

କଂଟାବାଞ୍ଜି(କେନ୍ୟୁଜ୍) : ଆଜି କାର୍ତ୍ତିକ ପୂର୍ଣ୍ଣିମା ବା ରାହାସ ପୁର୍ଣ୍ଣମା । ଓଡିଆ ଆଚାର-ବିଚାର , ଚାଲିଚଳଣ ତଥା ଧର୍ମୀୟ ଭାବନା ସହ ସଂପୃକ୍ତ । ଆଜି କାର୍ତିକ ପୂଣ୍ଣିମା ଅବସରରେ କଂଟାବାଞ୍ଜି ର ଅନେକ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଲିଛି । ସକାଳୁ ଭକ୍ତମାନେ ନିକଟସ୍ଥ ପୋଖରିରେ ଗାଧୋଇ ଡଙ୍ଗା ଭସାଇବା ସହ ପୁଜା କରିଥିବା ଦେଖିବାକୁମିଳିଥିଲା । ତେବେ କଂଟାବାଞ୍ଜିର ରାମ ମନ୍ଦିର, ଜଗନ୍ନାଥ ମନ୍ଦିର, ମାତା ମନ୍ଦିର, ରାଧା କ୍ରିଷ୍ଣା ମନ୍ଦିରରେ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଲିଥିଲା ।

photo_2018-11-23_12-18-35

ପୁରୀ ବେଳାଭୂମିରେ ବାଲୁକାକଳା :

kartika sandପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ହକି ବିଶ୍ୱକପ ନେଇ ପୁରୀ ବେଳାଭୂମିରେ ଆୟୋଜିତ ହୋଇଛି ବାଲୁକାକଳା ପ୍ରଦର୍ଶନୀ । ବାଲୁକା ଶିଳ୍ପୀ ସୁଦର୍ସନ ପଟ୍ଟନାୟକଙ୍କ ଦ୍ୱାରା ଆୟୋଜିତ ବାଲୁକାକଳାରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଯଣାଯାଇଛି । ଏଥିସହ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ବିଶ୍ୱକପ ହକି ଆୟୋଜିତ ହେଉଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଯାଇଛି । ଏହି ବାଲୁକା କଳା ଦେଖିବାକୁ ବେଳେଭୂମିରେ ବହୁ ସଂଖ୍ୟାରେ ପର୍ଯ୍ଯଟକ ଓ କଳାପ୍ରେମୀଙ୍କ ଭିଡ ଜମିଛି ।

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ କେନ୍ଦୁଝରର ଆନନ୍ଦପୁର :

1rକାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ କେନ୍ଦୁଝର ଜିଲ୍ଲା ଆନନ୍ଦପୁର। ଆଜି ଭୋର୍‌ରୁ ବୈତରଣୀ ନଦୀର ବିଭିନ୍ନ ଘାଟରେ ସ୍ନାନ କରିବା ସହ ଡଙ୍ଗା ଭସାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଝାଡେଶ୍ୱର ବୈତରଣୀ ଘାଟରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇବା ସହ ପୂଜାର୍ଚ୍ଚନା କରିଛନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି। କୁନିକୁନି ଶିଶୁମାନେ ସାଧବ ପୁଅ ଓ ସାଧବ ବୋହୂରେ ସଜେଇ ହୋଇ ଏକ ଡଙ୍ଗାରେ ନଦୀ ପରିକ୍ରମା କରିଥିଲେ।

ଉତ୍ସବ ମୁଖର ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠ :

2rକାର୍ତ୍ତିକ ପୂର୍ଣ୍ଣିମା ପାଇଁ ଉତ୍ସବ ମୁଖର ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠ । ଶହ ଶହ ଭକ୍ତ ଆଖଣ୍ଡଳମଣିଙ୍କ ପୀଠରେ ଥିବା ପୋଖରୀରେ ଡଙ୍ଗା ଭସାଇଥିଲେ । ଆଜି ପୂର୍ଣ୍ଣିମା ପାଇଁ ରାତି ୩ଟା ୩୦ରେ ମନ୍ଦିର ପହୁଡ଼ ଖୋଲିଥିଲା ।  ରୀତିନୀତି ଅନୁସାରେ ବାବାଙ୍କ ପାଖରେ ହୋଇଛି ପୂଜାର୍ଚ୍ଚନା ।

ଚନ୍ଦ୍ରଭାଗାରେ ଭୋରରୁ ଶ୍ରଦ୍ଧାଳୁଙ୍କ ଭିଡ :

c5କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚନ୍ଦ୍ରଭାଗାରେ ଭୋରରୁ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇଛନ୍ତି । ଡଙ୍ଗା ଭସାଇବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରି ପରିବାରର ମଙ୍ଗଳ କାମନା କରିଛନ୍ତି । ସୂର୍ଯ୍ଯଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.