Below header

ମହାପ୍ରଭୁଙ୍କ ନବକଳେବର ବେଳେ ବ୍ରହ୍ମ ବିଭ୍ରାଟ ଘଟଣା, ଜବାବ ଦାଖଲ କଲେ ୪ ଦଇତାପତି

ପୁରୀ(କେନ୍ୟୁଜ୍) : ମହାପ୍ରଭୁଙ୍କ ନବକଳେବର ବେଳେ ବ୍ରହ୍ମ ବିଭ୍ରାଟ ଘଟଣାରେ ଜବାବ ଦାଖଲ କଲେ ୪ ଦଇତାପତି। ତେବେ ଦଇତାପତିଙ୍କ ଲିଖିତ ଉତ୍ତରକୁ ସାର୍ବଜନୀନ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ଏହାର ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ।

asdଗତ ୨୦୧୫ ଜୁନ୍‌ ୧୫ରେ ନବକଳେବର ବ୍ରହ୍ମସଂସ୍ଥାପନ ରାତିରେ ୧୧ଜମ ସେବାୟତ ମାନଙ୍କ ଯୋଗୁଁ ବ୍ରହ୍ମସଂସ୍ଥାପନରେ ବିଳମ୍ବ ହୋଇ ଦିନରେ ହୋଇଥିଲା । ଏନେଇ ଅଭିଯୋଗ ହେବା ପରେ ୨ଜଣ ଦଇତାପତି ସେବାୟତଙ୍କୁ ତତତ୍କାଳ ନିଲମ୍ବନ କରାଯାଇଥିଲା। ପରେ ତଦନ୍ତ ପାଇଁ ସୁରେଶ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହାପରେ ୧୦ ଜଣ ସେବାୟତ ଓ ଜଣେ ମହାରଣାଙ୍କୁ ନୋଟିସ୍‌ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ପରେ ଆଉ ଛଅ ଜଣ ବରିଷ୍ଠ ଦଇତାପତିଙ୍କୁ ଶ୍ରୀମନ୍ଦିର ପ୍ରଶାସକ ନୋଟିସ ଜାରି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.