Below header

ଆଜି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ, କରିବେ ୪ ହଜାର ୯୧୫ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ସୁନ୍ଦରଗଡ଼: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିବେ ସୁନ୍ଦରଗଡ଼। ସେଠାରେ ସେ ୪ ହଜାର ୯୧୫ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ୨୦୨୩ରେ ଓଡ଼ିଶାରେ ହେବାକୁ ଥିବା ବିଶ୍ୱକପ୍‌ ହକି ପାଇଁ ରାଉରକେଲାରେ ନିର୍ମାଣ ହେବାକୁ ଯାଉଛି ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ । ଏ ଅବସରରେ ରାଉରକେଲା ବିପିୟୁଟି ପରିସରରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଦିନ ପ୍ରାୟ ୧୦ଟାରେ ସ୍ୱତନ୍ତ୍ର ବିମାନରେ ଆସି ସାଢେ ୧୧ଟାରେ ରାଉରକେଲା ବିପିୟୁଟି ପରିସରରେ ପହଞ୍ଚିବେ ନବୀନ। ସେଠାରେ ଡିଜିଟାଲରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଏଥିସହ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୧୭ଟି ବ୍ଲକରେ ୧୭ଟି ସିନ୍ଥେଟିକ୍‌ ଟର୍ଫର ହକି ଷ୍ଟାଡିୟମ, ୧୫ ଶହ ୯୯ କୋଟିର ପାନୀୟ ଜଳ ପ୍ରକଳ୍ପ, ୧୦ଟି କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ୩୩ଟି ହଷ୍ଟେଲର ଶିଳାନ୍ୟାସ କରିବେ। ସେହିଭଳି ୩୫୧ କୋଟିରେ ନିର୍ମିତ ୧୧ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ, ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମ ରହିଛି । ସମଗ୍ର ଜିଲ୍ଲାରେ ୩ ହଜାର ୯୫୮ କୋଟିରୁ ଅଧିକ ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ୮୩୪ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ଏଣୁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.