ବିଜୟା ଦଶମୀ, ମହାମାୟାଙ୍କ ଆରାଧନାରେ ଉତ୍ସବମୁଖର ସାରା ରାଜ୍ୟ

ଆଜି ରାବଣ ପୋଡି

ଭୁବନେଶ୍ବର (କେନ୍ଯୁଜ୍) : ମହାମାୟାଙ୍କ ଆରାଧନାରେ ଉତ୍ସବମୁଖର ସାରା ରାଜ୍ୟ । ଆଜି ପବିତ୍ର ବିଜୟା ଦଶମୀ, ଦଶହରା । ଅସତ୍ୟ ଉପରେ ସତ୍ୟର ବିଜୟ । ପୀଠ ଓ ମଣ୍ଡପରେ ଦଶମୀ ପୂଜା ଚାଲିଛି । ବିଜୟା ଦଶମୀ ଦଶହରା ପର୍ବ ପାଇଁ ଚମକୁଛି ଦ୍ୱୈତ ନଗରୀ । ଧୁମଧାମରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଚଣ୍ଡୀପାଠରେ ମୁଖରିତ ହେଉଛି ଗଗନ ପବନ । ସବୁଠି ଆଧ୍ୟାତ୍ମିକ ପରିବେଶ । ସବୁ ମଣ୍ଡପରେ ଲାଗିଛି ଭକ୍ତଙ୍କ ଗହଳି । ସୁଉଚ୍ଚ ତୋରଣ ତୋରଣ ସାଙ୍ଗ ମାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଧାଡି ଛୁଟିଛି । ଶୃଙ୍ଖଳିତ ଦର୍ଶନ ପାଇଁ ବିଭିନ୍ନ ପୂଜାମଣ୍ଡପ ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର କଟକ ସହର। ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମାଆଙ୍କ ଦଶମୀ ପୂଜା । ଚାନ୍ଦି ଓ ସୁନାରେ ସଜେଇ ହୋଇଛି ମାଆ ଦୁର୍ଗାଙ୍କ ମେଢ। ସୁଉଚ୍ଚ ତୋରଣ ସହ ଆଖିଝଲ୍‌ସା ଆଲୋକମାଳା।

ଚଳିତ ବର୍ଷ ରାଜଧାନୀରେ ୫ଟି ପୂଜା ମଣ୍ଡପରେ ରାବାଣ ପୋଡି ଉତ୍ସବ ପାଳନ ହେବ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍‌କୁ ପାଳନ କରୁଥିବା ପୂଜାମଣ୍ଡପଗୁଡିକୁ ଲାଇସେନ୍ସ ଦେଇଛି କମିଶନରେଟ ପୋଲିସ । ରାବଣ ପୋଡି ସମୟରେ ଟ୍ରାଫିକ୍‌ କଟକଣାକୁ ଅଧିକ ଗୁରୁତ୍ୱ ଦେଇଛି କମିଶନରେଟ ପୋଲିସ । ସବୁ ମଣ୍ଡପରେ ପ୍ରସ୍ତୁତି ପ୍ରାୟ ସରିଛି । ରାବଣଙ୍କୁ ଅଧିକ ଆକର୍ଷଣୀୟ କରିବାକୁ ବିଭିନ୍ନ ରଙ୍ଗରେ ସଜା ହୋଇଛି । ସେପଟେ ପୂଜା କମିଟି ଗୁଡିକ ଦର୍ଶକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍‌ ପରେ ସହିଦଗର, ନୟାପଲ୍ଲୀ, ଗଙ୍ଗନଗର ଆଦି ପ୍ରମୁଖ ପୂଜା ମଣ୍ଡପ ଗୁଡିକରେ ରାବଣ ପୋଡି ଉତ୍ସବ ବନ୍ଦ ହୋଇଯାଇଛି । ସେହିଭଳି ରାବଣ ପୋଡିରେ ଅତି ମାତ୍ରାରେ ପ୍ରଦୁଷଣ ଯୁକ୍ତ ଆତସିବାଜି ଉପରେ କଟକଣା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.