Below header

ଦୀର୍ଘ ୯ ମାସ ପରେ ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର, ଭକ୍ତ ନେଗେଟିଭ୍‌ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ

ପୁରୀ(କେନ୍ୟୁଜ୍):  ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ୯ ମାସ ପରେ ଶ୍ରୀଜିଉଙ୍କ ଦର୍ଶନ କରିବେ ଭକ୍ତ । ରାଜ୍ୟ ଓ ବାହାର ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ଚାରିଦିନ ପୂର୍ବର କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଜରୁରୀ । ଯେହେତୁ ଆଜି ଠାରୁ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ହୋଇଛି ତେଣୁ  ଗତକାଲି ସମୀକ୍ଷା  ବୈଠକ ପରେ ପୂରୀ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି ।

କେବଳ ବାହାର ଭକ୍ତ ନୁହନ୍ତି ପୁରୀ ବାସିନ୍ଦା ମଧ୍ୟ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବେ। କିୟସ୍କ କାଉଣ୍ଟରରେ କୋଭିଡ ରିପୋର୍ଟ ଚେକ୍ ହେଲା ପରେ ମନ୍ଦିର ଭିତରକୁ ପ୍ରବେଶ  ଅନୁମତି ମିଳିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.