ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ: ମହାପ୍ରଭୁଙ୍କ ଜମିଜମା ସମସ୍ୟା ସହ ରତ୍ନଭଣ୍ଡାର ମରାମତି ସମ୍ପର୍କରେ ହୋଇପାରେ ଆଲୋଚନା

ପୁରୀ(କେନ୍ୟୁଜ୍): ଆଜି ନୀଳାଦ୍ରୀ ଭକ୍ତନିବାସରେ ବସିବ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦିନ ୧୦ଟା ୩୦ରେ ବସିବାକୁ ଥିବା ଏହି ବୈଠକରେ କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିବେ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ପରିଚାଳନା କମିଟିର ସମସ୍ତ ସଦସ୍ୟ,ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସପି ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିବେ ।

ମହାପ୍ରଭୁଙ୍କ ଜମିଜମା ସମସ୍ୟା, ସେବାୟତଙ୍କ ପାଇଁ ଆବାସ ଯୋଜନା, ସେବାୟତଙ୍କ ପିଲା ମାନଙ୍କ ପାଇଁ ଆଦର୍ଶ ଗୁରୁକୂଳ ର୍ନିମାଣର ଅଗ୍ରଗତି ଉପରେ ବୈଠକରେ ଆଲୋଚନା ହେବ । ଏହା ସହ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି ସମ୍ପର୍କରେ ଆଲୋଚନା ହୋଇପାରେ । ପରିଚାଳନା କମିଟି ଏଜେଣ୍ଡାରେ ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପ୍ରସଙ୍ଗ ନଥିଲେ ମଧ୍ୟ ଗଜପତି ମହାରାଜା ପୂର୍ବରୁ ରତ୍ନଭଣ୍ଡାର ମରାମତି ଆବଶ୍ୟକ ବୋଲି କହିଥିଲେ । ତେଣୁ ରତ୍ନଭଣ୍ଡାର ପ୍ରସଙ୍ଗ ଆଲୋଚନା ହୋଇପାରେ ବୋଲି କୁହାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.