ଆଜି ମହାପ୍ରଭୁଙ୍କ ରୁକ୍ମଣୀ ବିବାହ, ରଙ୍ଗ ବେରଙ୍ଗ ଫୁଲ ମାଳାରେ ସଜ୍ଜିତ ହୋଇଛି ଶ୍ରୀମନ୍ଦିର
ଆଜି ମହାପ୍ରଭୁଙ୍କ ରୁକ୍ମଣୀ ବିବାହ। ଜ୍ୟେଷ୍ଠ ଶୁକ୍ଲ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ ବିଧି ଅନୁସାରେ ପାଳନ କରାଯିବ । ଏଥିପାଇଁ ଶ୍ରୀମନ୍ଦିରକୁ ରଙ୍ଗ ବେରଙ୍ଗ ଫୁଲ ମାଳାରେ ସଜ୍ଜିତ କରାଯାଇଛି। ସିଂହଦ୍ୱାର ସମ୍ମୁଖରେ ତେଲିଙ୍ଗୀ ବାଜା, କାହାଳୀ, ଢୋଲ ଆଦି ବାଜା ବାଜୁଛି।
ପୁରୀ (କେନ୍ୟୁଜ): ଆଜି ମହାପ୍ରଭୁଙ୍କ ରୁକ୍ମଣୀ ବିବାହ। ଜ୍ୟେଷ୍ଠ ଶୁକ୍ଲ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ ବିଧି ଅନୁସାରେ ପାଳନ କରାଯିବ । ଏଥିପାଇଁ ଶ୍ରୀମନ୍ଦିରକୁ ରଙ୍ଗ ବେରଙ୍ଗ ଫୁଲ ମାଳାରେ ସଜ୍ଜିତ କରାଯାଇଛି। ସିଂହଦ୍ୱାର ସମ୍ମୁଖରେ ତେଲିଙ୍ଗୀ ବାଜା, କାହାଳୀ, ଢୋଲ ଆଦି ବାଜା ବାଜୁଛି। ଶ୍ରୀମନ୍ଦିରରେ ସକାଳ ଧୂପ ପରେ ଦକ୍ଷିଣୀ ଘରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ବେଶ ହୋଇଥାନ୍ତି।
ଏହି ସମୟରେ ତଢ଼ାଉକରଣ ତାଳପତ୍ର ଓ ଲେଖନୀ ସହ ଉପସ୍ଥିତ ହୋଇ ଭିତରଛଙ୍କ ଦ୍ଵାରା ମାଆଙ୍କ ହାତଛୁଆଁ କରିବା ପରେ ମାଆଙ୍କ ମନୋଭାବକୁ ଲିଖନ କରି ଜୟବିଜୟ ଦ୍ୱାର ନିକଟରେ ଶ୍ରୀ ମଦନ ମୋହନଙ୍କ ନିକଟକୁ ପ୍ରେରିତ ହୋଇଥାଏ। ରଥରେ ବିଜେ ଶ୍ରୀ ମଦନମୋହନ ବିମଳା ମନ୍ଦିର ନିକଟରେ ଅପେକ୍ଷା କରିଥାନ୍ତି । ମାଆ ମହାଲକ୍ଷ୍ମୀ ଗ୍ରାମଦେବୀ ମା ବିମଳାଙ୍କ ପୂଜା ସାରି ଫେରିବା ବାଟରେ ଶ୍ରୀ ମଦନ ମୋହନ ହରଣ କରିଥାନ୍ତି । ବାଟରେ ପଥ ଅବରୋଧ କରିଥିବା ଶିଶୁପାଳଙ୍କୁ ପରାସ୍ତ କରି ବନ୍ଦୀ କରିଥାନ୍ତି। ଶ୍ରୀ ମଦନମୋହନ ଓ ମାଆ ମହାଲକ୍ଷ୍ମୀ ବିବାହ ମଣ୍ଡପ ବା ମାଜଣା ମଣ୍ଡପକୁ ବିଜେ କରିବା ପରେ ସଂକଳ୍ପ ବାକ୍ୟ ପଠନ ପୂର୍ବକ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥାଏ।