ଆଜି ଘଟଗାଁ ମା’ ତାରିଣୀଙ୍କର ଆଷାଢ଼ୀ ପର୍ବ, ସନ୍ଧ୍ୟା ୭ରେ ଖୋଲିବ ମନ୍ଦିର  

ଘଟଗାଁ ମା’ତାରିଣୀଙ୍କର ଆଜି ହେଉଛି ଆଷାଢ଼ୀ ପର୍ବ । ଆଷାଢ ମାସର ଶେଷ ଗୁରୁବାରରେ ଏହି ପର୍ବ ପାଳିତ ହୋଇଥାଏ ।ଏଥିପାଇଁ ଆଜି ଦିନ ତମାମ ମା’ଙ୍କ ମନ୍ଦିର ବନ୍ଦ ରହିବ ।

ଘଟଗାଁ (କେନ୍ୟୁଜ): ଘଟଗାଁ ମା’ତାରିଣୀଙ୍କର ଆଜି ହେଉଛି ଆଷାଢ଼ୀ ପର୍ବ । ଆଷାଢ ମାସର ଶେଷ ଗୁରୁବାରରେ ଏହି ପର୍ବ ପାଳିତ ହୋଇଥାଏ । ପରମ୍ପରା ଅନୁସାରେ ଏହି ଦିନରେ ମା ତାରିଣୀ ପ୍ରଜାଙ୍କ ମଙ୍ଗଳ ପାଇଁ ଉପବାସ ରହି ଭଗବାନ ବିଷ୍ଣୁଙ୍କ ପୂଜା କରିଥାନ୍ତି । ଏଥିପାଇଁ ଆଜି ଦିନ ତମାମ ମା’ଙ୍କ ମନ୍ଦିର ବନ୍ଦ ରହିବ ।

ଆଷାଢ ପର୍ବ ହେଉଛି ମା’ଙ୍କ ଦ୍ୱିତୀୟ ମୁଖ୍ୟ ପର୍ବ । ଏହାକୁ ଯନ୍ତାଳ ପର୍ବ ବୋଲି ମଧ୍ୟ କୁହାଯାଏ । ଆଜି ଆଷାଢ଼ୀ ପର୍ବ ପାଇଁ ଦିନରେ ମନ୍ଦିର ବନ୍ଦ ରହିବା ସହ ସନ୍ଧ୍ୟା ୭ଟାରେ ମନ୍ଦିର ଖୋଲା ଯାଇ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ । ରାତି ୧୦ଟାରେ ପହଡ଼ ପଡ଼ିବ । ସନ୍ଧ୍ୟା ୭ଟାରେ ଭକ୍ତମାନେ ମା’ଙ୍କ ଦର୍ଶନ ପାଇ ପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.