ଆଜି ପଞ୍ଚୁକର ଚତୁର୍ଥ ଦିନ: ଲଷ୍ମୀନୃସିଂହ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ (କେନ୍ୟୁଜ): କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି । ଲଷ୍ମୀନୃସିଂହ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଆଜି ସକାଳେ ଅବକାଶ ନୀତି ବଢ଼ିବା ପରେ ମହାପ୍ରଭୁଙ୍କୁ ଲଷ୍ମୀ ନୃସିଂହ ବେଶରେ ସଜ୍ଜିତ କରାଯାଇଥିଲା । ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ଯେତେବେଳେ ଇନ୍ଦ୍ରଦ୍ୟୁମ୍ନ ମହାରାଜ ଦାରୁଦେବତାଙ୍କୁ ପ୍ରଥମେ ଦର୍ଶନ କରିଥିଲେ, ସେତେବେଳେ ମହାପ୍ରଭୁ ତାଙ୍କୁ ନୃସିଂହ ବେଶରେ ଦର୍ଶନ ଦେଇଥିଲେ । ସେହି ସ୍ମୃତିରେ ମହାକାର୍ତ୍ତିକ ପଞ୍ଚୁକର ଚର୍ତୁଦ୍ଦଶୀ ତିଥିରେ ଶ୍ରୀ ବିଗ୍ରହମାନଙ୍କର ଏହି ବେଶ ଅନୁଷ୍ଠିତ ହୋଇ ଆସୁଅଛି । ଏହି ବେଶରେ ଶ୍ରୀ ବିଗ୍ରହମାନେ ଶ୍ରୀଭୁଜ , ଶ୍ରୀପୟର ସମେତ ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି । ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ଅଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.