Below header

ଆଜି ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତର ତୃତୀୟ ଦିନ, ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ

ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଜି ଶେଷ ଦିନ । ଆଜି ସକାଳ ୯ଟାରେ ରାଷ୍ଟ୍ରପତି ମୁର୍ମୁ ସର୍କିଟ ହାଉସରୁ ସ୍ୱତନ୍ତ୍ର କାରରେ ତକତପୁର ଯିବେ । ସେଠାରେ ୧୦ଟା ବେଳେ ଆୟୋଜିତ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗଦେବେ ।

ମୟୂରଭଞ୍ଜ (କେନ୍ୟୁଜ): ଆଜି ହେଉଛି ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତର ତୃତୀୟ ଦିନ । ଆଜି ସକାଳ ୯ଟା ୪୦ରେ ସର୍କିଟ ହାଉସରୁ ବାହାରି ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପହଁଞ୍ଚିବେ। ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ୧୦ଟା ୧୫ରୁ ୧୧ଟା ପର୍ଯ୍ୟନ୍ତ ଆଦିମ ଜନଜାତି ସମ୍ପ୍ରଦାୟର ଲୋକଙ୍କ ସହ ମିଶିବେ। ପରେ ୧୧ଟା ୧୫ରୁ ୧୨ଟା ୧୫ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥି ଭାବେ ଉଦବୋଧନ ଦେବେ । ୧୨ଟା ୨୫ରେ ସେଠାରୁ ବାହାରି ବାରିପଦା ହେଲିପ୍ୟାଡ୍‌ରୁ କୋଲେଇକୁଣ୍ଡା ଦେଇ ପାଲମ ଏୟାରପୋର୍ଟ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

ଗତକାଲି ରାଷ୍ଟ୍ରପତି ଶିମିଳିପାଳ ଜାତୀୟ ଉଦ୍ୟାନ ବୁଲି ଦେଖିଥିଲେ । ତାଙ୍କ ସହ ପୁଲିସ ଡିଜି ଏବଂ ପରିବାର ଲୋକେ ମଧ୍ୟ ଶିମିଳିପାଳ ଯାଇଥିଲେ । ରାଷ୍ଟ୍ରପତି ଗତକାଲି ଚହଲାରେ ପହଞ୍ଚିବା ପରେ ଆଦିବାସୀ ପରମ୍ପରା ଅନୁସାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ପ୍ରସ୍ତୁତ ଥିବା ଏବହ ସ୍ୱତନ୍ତ୍ର ସଫାରି ଯୋଗେ ଶିମିଳିପାଳ ଉଦ୍ୟାନ ବୁଲିଥିଲେ ରାଷ୍ଟ୍ରପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.