ପୌର ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ପ୍ରାର୍ଥୀଙ୍କ ମଧ୍ୟରେ ବଢିବାରେ ଲାଗିଛି ଉତ୍କଣ୍ଠା, ଆଜି ନାମାଙ୍କନ ଦାଖଲର ଶେଷ ଦିନ

ଭୁବନେଶ୍ବର(କେନ୍ଯୁଜ୍): ଆରମ୍ଭ ହେଲା ପୌର ନିର୍ବାଚନ ଧାଁ ଦୌଡ଼। ଆଜି ନାମାଙ୍କନ ଦାଖଲର ଶେଷ ଦିନ। ଏଥିପାଇଁ ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ୩ ଦଳ ପକ୍ଷରୁ ଗୋଟିକ ପରେ ଗୋଟିଏ ପୌରଧ୍ୟକ୍ଷ, ମେୟର, କର୍ପୋରେଟର ଏବଂ କାଉନସିଲରଙ୍କ ନାଁ ଘୋଷଣା କରାଯାଉଛି।

ଗତକାଲି ସଂନ୍ଧ୍ୟା ସୁଦ୍ଧା ରାଜ୍ୟରେ ବିଭିନ୍ନ ପୌରାଞ୍ଚଳ ଅଧ୍ୟକ୍ଷ ଓ ମେୟର ପାଇଁ ୧୮୯ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି କର୍ପୋରେଟର ଓ କାଉନସିଲର ପଦ ପାଇଁ ୧୯୧୮ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି।

୧୦୬ ପୌରାଞ୍ଚଳ ଓ ତିନି ମହାନଗର ନିଗମର ଅଧ୍ୟକ୍ଷ ଏବଂ ମେୟର ପଦ ପାଇଁ ମାତ୍ର ୧୮୯ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ ହୋଇଛି। ମାର୍ଚ୍ଚ ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୨୪ରେ ମତଦାନ ଓ ୨୬ରେ ଭୋଟ ଗଣତି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.