ଆଜି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର ସହିତ ସଂକ୍ରାନ୍ତି, ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ଆଠଗଡ(କେନ୍ୟୁଜ୍): ଆଜି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର । ଆଜି ଦିନରେ ସଂକ୍ରାନ୍ତି ପଡିଥିବାରୁ ଆଠଗଡ଼ର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଭିଡ଼ ଜମିଛି । ପୀଠରେ କାର୍ତ୍ତିକ ବ୍ରତ ପାଳୁଛନ୍ତି ବ୍ରତଧାରୀ ଓ ଶ୍ରଦ୍ଧାଳୁ । ରାତି ୪ଟାରେ ପହଡ ଖୋଲିବା ପରେ ୧୦୮ ଗରା କଳସ ପବିତ୍ର ଜଳରେ ମହାଦେବଙ୍କୁ ସ୍ନାନ କରାଯାଇଥିଲା । ମଙ୍ଗଳ ଆଳତୀ, ମାଇଲମ୍‌, ବାଳଭୋଗ ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଏହାସହିତ ରାଜ୍ଯର ବିଭିନ୍ନ ଶୈବ ପୀଠରେ ମଧ୍ଯ ଶ୍ରଦ୍ଧାଳୁଙ୍କ ଭିଡ ପରିଲିକ୍ଷିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.