ଆଜି ମେକ ଇନ୍ ଓଡ଼ିଶା କନକ୍ଲେଭ୍ର ତୃତୀୟ ଦିନ: ସ୍କିଲ୍ଡ ଓଡ଼ିଶା, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ ଆଦି ବିଭିନ୍ନ ସେକ୍ଟର ଉପରେ ହେବ ଆଲୋଚନା

ଭୁବନେଶ୍ୱର (କେନ୍ୟୁଜ): ମେକ ଇନ୍ ଓଡ଼ିଶା କନକ୍ଲେଭ୍ରେ ପୁଞ୍ଜି ବର୍ଷା । ଆଜି ତୃତୀୟ ଦିନରେ ବିଭିନ୍ନ ସେକ୍ଟର ଉପରେ ହେବ ଆଲୋଚନା । ସ୍କିଲ୍ଡ ଓଡ଼ିଶା, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ, ଅକ୍ଷୟ ଶକ୍ତି, ଓଡିଶାରେ ଖଣି ଆଦି ପ୍ରସଙ୍ଗରେ କାର୍ଯ୍ୟକ୍ରମ ରହିଛି । କନ୍କ୍ଲେଭ୍ର ଦ୍ୱିତୀୟ ଦିନରେ ୨୧ଟି ନିବେଶ ସମ୍ପର୍କିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ୭ ଲକ୍ଷ ୨୬ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ନିବେଶକ ।
ଆଜି ସ୍କିଲ୍ଡ ଇନ୍ ଓଡ଼ିଶା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆଇଟିଇଏସ୍, ସିଙ୍ଗାପୁର ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଏଥିସହ କ୍ଷୁଦ୍ରଶିଳ୍ପ, ଆନୁଷଙ୍ଗିକ ଶିଳ୍ପ, ଡାଉନ୍ଷ୍ଟ୍ରିମ୍ ଶିଳ୍ପ, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଏବଂ ଯାନ୍ତ୍ରିକ ଶିକ୍ଷା କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଆଜି ମୋଟ୍ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ । ଗତକାଲି ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ମୁଖ୍ୟମନ୍ତ୍ରୀ ନିବୋଶକଙ୍କୁ ଉଦ୍ବୋଧନ ଦେଇ କହିଥିଲେ, ନିକଟ ଭବିଷ୍ୟତରେ ଓଡ଼ିଶା ୧ ଟ୍ରିଲିଅନ୍ ଡଲାର ଅର୍ଥନୀତି ହେବ ।