Below header

ଶରୀରରେ ଏହି ସଂକେତ ଦେଖାଦେଉଛି ତ ଜାଣନ୍ତୁ ଆପଣଙ୍କ କିଡନୀ ହେଲାଣି ଫେଲ୍‌ , ସମୟ ପୂର୍ବରୁ ରୁହନ୍ତୁ ସତର୍କ

କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଆମ ଶରୀରରୁ ବିଷାକ୍ତ ପଦାର୍ଥକୁ ୟୁରିନ୍‌ ରାସ୍ତା ଦେଇ ବାହାରକୁ ବାହାର କରିବା କାମ କରିଥାଏ। କିନ୍ତୁ ଅନେକ ଥର ଏମିତି ବି ହୋଇଥାଏ ଯେ ଇନଫେକସନ୍‌ କାରଣରୁ କିଡନୀ ଭଲଭାବେ କାମ କରିନଥାଏ। ଯାହା ପରେ କିଡନୀ ଡ୍ୟାମେଜର କାରଣ ସାଜିଥାଏ। କିନ୍ତୁ କଣ ଆପଣଙ୍କୁ ଜଣାଅଛି କିଡନୀ ଫେଲ ହେବା ପୂର୍ବରୁ ଶରୀରରେ ଅନେକ କିଛି ଲକ୍ଷଣ ଦେଖାଯାଇଥାଏ। ଯେଉଁ ଲକ୍ଷଣ ଆପଣଙ୍କୁ ଜଣାଇଥାଏ ଯେ ଆପଣଙ୍କ କିଡନୀ ହେଉଛି ଡ୍ୟାମେଜ୍‌। ତେବେ ଆସନ୍ତୁ ଆଉ ଡେରି ନକରି ଜାଣିବା କଣ ସେହି ସଂକେତ।

ଯେତେବେଳେ କିଡନୀ ଠିକ୍‌ ଭାବେ କାମ କରେନାହିଁ ସେତେବେଳେ ବ୍ୟକ୍ତିଙ୍କୁ ସବୁବେଳେ ଥକ୍କା ଅନୁଭବ ହୋଇଥାଏ।

ଅନେକ ଥର ଆପଣ ଭଲଭାବେ ସୁଖ ନିଦ୍ରାରେ ଶୋଇପାରନ୍ତି ନାହିଁ। ତେବେ ଜାଣନ୍ତୁୁ ଯେ ଏହା ମଧ୍ୟ କିଡନୀ ଖରାପ ହେବାର ସଂକେତ ହୋଇପାରେ।

ଯେତେବେଳେ ଆପଣଙ୍କ ରକ୍ତରେ ବିଷାକ୍ତ ପଦାର୍ଥ ଜମା ହେବାକୁ ଲାଗିଥାଏ ସେତେବେଳେ ଶରୀର କୁଣ୍ଡେଇ ହେବାକୁ ଲାଗେ, ଯାହା ଖରାପ ଫଙ୍କସନର ସଂକେତ ।

ପରିସ୍ରାର ରଙ୍ଗ ଏବଂ ତାର ସ୍ୱରୂପର ପରିବର୍ତ୍ତନ ମଧ୍ୟ ଏହା ଦର୍ଶାଇଥାଏ ଯେ ଆପଣଙ୍କ କିଡନୀ ଠିକ୍‌ ଭାବେ କାମ କରୁନାହିଁ।

ହାତ ଏବଂ ପାଦ ଫୁଲିବାର ଅର୍ଥ ଏହା ଇସାରା କରିଥାଏ ଯେ କିଡନୀ ସୋଡିୟମକୁ ଠିକ୍‌ ଭାବେ ବାହାରକୁ ବାହାର କରିପାରୁନାହିଁ।

ଖରାପ କିଡନୀ ଫଙ୍କସନ୍‌ କାରଣରୁ ସବୁବେଳେ ମାଂସପେଶୀରେ ମଧ୍ୟ ସମସ୍ୟା ଦେଖିବାକୁ ମିଳିଥାଏ।

ଅନେକ ଥର ନିଶ୍ୱାସ ନେବାରେ ସମସ୍ୟା ହେବା ମଧ୍ୟ କିଡନୀ ଫଙ୍କସନ୍‌ ଖରାପ ହେବାର ସଂକେତ ହୋଇପାରେ।

ଯେତେବେଳେ କିଡନୀ ଠିକ୍‌ ଭାବେ କାମ କରେନାହିଁ ତାହେଲେ ବିଷାକ୍ତ ପଦାର୍ଥ ଜମା ହେବାକୁ ଲାଗିଥାଏ। ଏହାର ପ୍ରଭାବ ମସ୍ତିଷ୍କ ଉପରେ ମଧ୍ୟ ପଡିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.