ଆଜି ରାଷ୍ଟ୍ରପତି ପୁରସ୍କାର ପାଇବେ ନିମାପଡ଼ା ବାଙ୍ଗରୁସ ପଟଣାର ଶିକ୍ଷକ ଈଶ୍ୱର ଚନ୍ଦ୍ର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଈଶ୍ୱର ଚନ୍ଦ୍ର ନାୟକ । ପୁରୀ ଜିଲ୍ଲା ନିମାପଡ଼ା ବ୍ଳକର ବାଙ୍ଗରୁସ ପଟଣାରେ ତାଙ୍କ ଘର । ପ୍ରଥମ ସେ ଇଞ୍ଜିନିୟର ଭାବେ ଚାକିରୀ କରୁଥିଲେ । ପରେ ସେ ଶିକ୍ଷକତା ପାଇଁ ମନ ବଳାଇଥିଲେ । ୨୦୦୧ରେ ଗଣଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ଶିକ୍ଷା ସହାୟକ ଭାବରେ ନିଯୁକ୍ତି ମିଳିଥିଲା । ସେବେଠାରୁ ସେ କନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି ।

ପୂର୍ବରୁ ମଧ୍ୟ ଶିକ୍ଷକତା ଲାଗି ଅନେକ ପୁରସ୍କାର ପାଇଛନ୍ତି ଇଶ୍ୱର । ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୬ରେ ତାଙ୍କୁ ଆଦର୍ଶ ଶିକ୍ଷକ ଭାବେ ସମ୍ମାନିତ କରାଯାଇଥିଲା । ଶିକ୍ଷକତା ଭିତରୁ ସମୟ ବାହାର କରି ଗଳ୍ପ ଉପନ୍ୟାସ, କବିତା ଆଦି ଲେଖି ସେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ୨୦୧୬ରୁ ଗାଁରେ ଛାତ୍ରଛାତ୍ରୀଙ୍କ କମ୍ପ୍ୟୁଟର ଶିକ୍ଷା ପାଇଁ ଏକ ନଲେଜ ସେଣ୍ଟର ଖୋଲି ବିନା ମୂଲ୍ୟରେ କମ୍ପ୍ୟୁଟର ଶିକ୍ଷା ମଧ୍ୟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.