Below header

ଚିଲିକାରେ ଡଙ୍ଗା ବୁଡି ଘଟଣାରେ ୨ ମୃତ, ଜଣେ ଜୀବିତ ଉଦ୍ଧାର

ବ୍ରହ୍ମଗିରି(କେନ୍ୟୁଜ୍):ଚିଲିକାରେ ଡଙ୍ଗା ବୁଡି ଘଟଣାରେ ୨ ମୃତ। ଜଣେ ଜୀବିତ ଉଦ୍ଧାର । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍‌ ବ୍ରହ୍ମଗିରି ଥାନା ଅଧୀନ ଗମ୍ଭାରୀ ଗାଁ ନିକଟସ୍ଥ କାଳିଜାଇ କୁଦାକୁ ଭୋଜି କରିବାକୁ ଯାଇଥିଲେ ପୁରୀ ଅଞ୍ଚଳର ୧୩ଜଣ ଯୁବକ । ଭୋଜି କରି ସଂଧ୍ୟାରେ ଫେରୁଥିବା ବେଳେ ମଝି ଚିଲିକାରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା । ଘଟଣାସ୍ଥଳରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ନିଖୋଜ ଥିଲେ ।

ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ରାତି ୮ଟା ବେଳେ ଟୁଆ ଗାଁର ଉଗ୍ରସେନ ଦାସ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଅନ୍ୟ ୨ ଜଣ ନିଖୋଜ ଥିଲେ । ଡଙ୍ଗା ବୁଡ଼ିଥିବା ସ୍ଥାନରୁ ପ୍ରାୟ ୧୦୦ ମିଟର ଦୂରରେ ଜାଲ ପକାଇ ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ହେଲେ ପୁରୀ ତଳମାଳି ସାହିର ରାକେଶ ସ୍ୱାଇଁ ଏବଂ ଅନ୍ୟ ଜଣେ ପୁରୀ ମାର୍କଣ୍ଡେଶ୍ୱର ସାହିର ସୌମେନ୍ଦ୍ର ମହାନ୍ତି । ଗୁରୁତର ଆଲୋକ କୁମାର ନାୟକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.