Below header

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି , ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ (କେ ନ୍ୟୁଜ୍‌) : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ମଧ୍ୟ ପାଳନ କରାଯାଇଥାଏ। ଆଜି ବିଭିନ୍ନ ମନ୍ଦିର ଓ ଘରେ ପଣା ଭୋଗ ହୋଇଥାଏ। ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି । ବିଭିନ୍ନ ଯାଗା ଆଖାଡାରେ ଭାଙ୍ଗ ପଣା ସହ କୁସ୍ତିର ଶିକ୍ଷା ଦିଆଯାଇଥାଏ । ମାତ୍ର କରୋନାକୁ ନେଇ ଏବେ ସାରାଦେଶରେ ଲକ୍ ଡାଉନ ସ୍ଥିତି ଜାରି ରହିଛି । ସେଥିପାଇଁ ଚଳିତ ବର୍ଷ ଶ୍ରୀମନ୍ଦିରରେ ଏହି ପର୍ବ ଫିକା ପଡିଛି ।

ଆଜିର ରୀତିନୀତି ଅନୁସାରେ ଶ୍ରୀମନ୍ଦିର ଦକ୍ଷିଣ ଘରେ ଥିବା ହନୁମାନଙ୍କୁ ଅଣାଯାଇ ପୂଜାପଣ୍ଡା ଓ ସେବାୟତଙ୍କ ଦ୍ୱାରା ଆଜ୍ଞାମାଳ ଦିଆଯିବା ପରେ ତାଙ୍କୁ ପୂର୍ବଦ୍ୱାରରେ ଥିବା ହନୁମାନଙ୍କ ପାଖକୁ ନିଆଯାଏ । ସେଠାରେ ପୂଜାର୍ଚ୍ଚନା ପରେ ଜଗନ୍ନାଥ ବଲ୍ଲଭ ମଠ ଏବଂ ଅନ୍ୟ କେତେକ ସ୍ଥାନକୁ ବିମାନରେ ନିଆଯାଇଥାଏ ।

ଆଜି ଓଡ଼ିଆ ନବ ବର୍ଷ ସହ ନୂତନ ପାଞ୍ଜିର ମଧ୍ୟ ଶୁଭାରମ୍ଭ ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.