Below header

ଆଜି ଓଡ଼ିଶାରେ ପହଞ୍ଚିବା ପରେ ଓଡ଼ିଆ ସହିଦ ଯବାନ ପ୍ରବୀର ନାୟକଙ୍କ ମରଶରୀରକୁ ମିଳିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା

ଯାଜପୁର ଟାଉନ: ସହିଦ ଯବାନଙ୍କୁ ମିଳିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା । ସହିଦ ଯବାନଙ୍କୁ ଦିଆଗଲାନି ଗାର୍ଡ ଅଫ୍ ଅନର । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା ଅଷ୍ଟମ ଆସାମ ରାଇଫଲର ଯବାନ ପ୍ରବୀର କୁମାର ପଟ୍ଟନାୟକଙ୍କ ମରଶରୀର । ଗତ ୬ ତାରିଖରେ ଚୀନ୍ ସୀମାରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ପାଖାପାଖି ତିନି ଘଣ୍ଟା ସହିଦ୍ ଯବାନଙ୍କ ମରଶରୀର ବିମାନ ବନ୍ଦରରେ ରହିଥିଲେ ମଧ୍ୟ ନେବାକୁ କେହି ଆସିନଥିଲେ । ମରଶରୀର ନେବାକୁ ଯେଉଁ ଆମ୍ବୁଲାନ୍ସ ଆସିଥିଲା ତାକୁ ବିରୋଧ କରିଥିଲେ ପରିବାର ଲୋକେ । ସହିଦ୍‌ଙ୍କୁ ଯେପରି ସମ୍ମାନ ମିଳିବା କଥା, ମିଳିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.