ଆଜି ବିନା ଭକ୍ତରେ ଗଡିବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ, ଉପରେ ୨୫ ଓ ତଳେ ରହିବେ ୧୦୦ ସେବାୟତ

ଭୁବନେଶ୍ବର: ଆଜି ବିନା ଭକ୍ତରେ ଗଡିବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ । କେବଳ ନୀତାକାନ୍ତିରେ ହେବ ରଥଯାତ୍ରା। ସାଢେ ୩ଟାରୁ ଆରମ୍ଭ ହେବ ରଥଟଣା। ୨୦୨୦ରେ ପୁରୀ ରଥଯାତ୍ରା ଭଳି ଏଥର ରୁକୁଣା ରଥଯାତ୍ରା ହେବ । ରଥ ଉପରେ ୨୫ସେବାୟତ ରହିବା ସହ ତଳେ ୧୦୦ ସେବାୟତ ରଥ ଟାଣିବେ। ଲିଙ୍ଗରାଜ ମନ୍ଦିର, ରଥ ରୋଡ ଓ ଏହାର ଚତୁଃପାର୍ଶ୍ୱକୁ ୧୪୪ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଆଜି ସକାଳ ୧୨ ଟାରୁ ଲାଗୁ ହେବ ୧୪୪ ଧାରା । ମୋଟ ୨୩ପ୍ଲାଟୁନ ଫୋର୍ସ ମୁତୟନ କରାଯିବ।

କୌଣସି ଯାନବାହାନକୁ ମାଉସୀ ମା’ ଛକଠାରୁ ରଥ ରୋଡରେ ଯିବାକୁ ଅନୁମତି ଦିଆଯିବ ନାହିଁ । ଗାଡ଼ିଗୁଡ଼କ ମାଉସୀମା ଛକଠାରୁ ମ୍ୟୁଜିୟମ ଛକ ଆଡ଼କୁ କିମ୍ବା ବିବେକାନନ୍ଦ ମାର୍ଗ ରାସ୍ତାରେ ଯିବା ଆସିବା କରିପାରିବେ । ରଥ ଖଳାଠାରୁ ରଥ ରୋଡରେ କୌଣସି ଯାନବାହାନକୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । ସେଗୁଡ଼ିକ ବାଟ ମହାଦେବ ମନ୍ଦିର ପଟରୁ ବିଏମସି ମାର୍କେଟ କମ୍ଲେକ୍ସ କିମ୍ବା ବିନ୍ଦୁସାଗର ରାସ୍ତା ଦେଇ ଯାଇପାରିବେ । ଦାଣ୍ଡର ଦୁଇ ପଟେ ଥିବା ଘରର ଛାତ ଉପରେ ମଧ୍ୟ ଲୋକଙ୍କୁ ଦେଖିବାକୁ ଅନୁମତି ଦିଆଯିବ ନାହିଁ । ନିୟମ ଉଲ୍ଲଂଘନ କଲେ ୫୦୦ କିମ୍ବା ସର୍ବାଧିକ ହଜାରେ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ରଥଯାତ୍ରା ପରେ ଆସନ୍ତା ୨୪ତାରିଖରେ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.