Below header

ଆଇପିଏଲ ମଇଦାନରେ ମୁହାଁମୁହିଁ ହେବେ ରୋହିତ ଏବଂ ରିଷଭ ପନ୍ତ, ଉଭୟ ଜିତିସାରିଛନ୍ତି ଦୁଇଟି ଲେଖାଏଁ ମ୍ଯାଚ

ଆଇପିଏଲରେ ୧୩ତମ ଲିଗ୍ ମ୍ୟାଚରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍ ଜିତି ସାରିଛନ୍ତି । ଫଳରେ ଉଭୟ ଦଳ ମ୍ଯାଚ ଜିତିବା ପାଇଁ ଆଜି କଡା ଟକ୍କର ପରସ୍ପରକୁ ଦେବେ।

ମୁମ୍ବାଇ ଏବଂ ଦିଲ୍ଲୀ ଉଭୟ କେହି କାହାକୁ କମ୍ ନୁହନ୍ତି। ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ଯାକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ବିଜୟୀ ହୋଇଥିଲା । ଗତ ସିଜନରେ ଉଭୟ ଦଳ ପରସ୍ପରକୁ ୪ଥର ଭେଟିଥିଲେ । ସମସ୍ତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ହାସଲ କରିଥିଲା । ଏଥର ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।

ମୁମ୍ବାଇ ଇଣ୍ଡିଆନ୍ସ: କ୍ୱିଣ୍ଟନ ଡି କକ୍, ରୋହିତ ଶର୍ମା(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, କିରେନ ପୋଲାର୍ଡ, କୃନାଲ୍ ପାଣ୍ଡ୍ୟା, ନାଥାନ କଲ୍ଟର-ନାଇଲ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜଶପ୍ରୀତ ବୁମରା ।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଶିଖର ଧାୱନ, ଷ୍ଟିଭେନ ସ୍ମିଥ୍, ରିଷଭ ପନ୍ତ(ଅଧିନାୟକ), ମାର୍କସ ଷ୍ଟଇନିସ୍, ଲଳିତ ଯାଦବ, କ୍ରିସ୍ ୱକ୍ସ, ରବି ଚନ୍ଦ୍ରନ ଅଶ୍ୱିନ, କାଗିସୋ, ରାବାଡା, ଆନରିଚ ନର୍ଜ, ଅଭେଶ ଖାନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.