ଆଜି ପବିତ୍ର ଶ୍ରୀପଞ୍ଚମୀ, କୋଭିଡ୍ କଟକଣା ଭିତରେ ସୀମିତ ସଂଖ୍ୟକ ପିଲାଙ୍କୁ ନେଇ ସ୍କୁଲ କଲେଜରେ ଚାଲିଛି ପୂଜା

ଭୁବନେଶ୍ବର(କେନ୍ଯୁଜ୍): ଆଜି ପବିତ୍ର ଶ୍ରୀପଞ୍ଚମୀ । ଜ୍ଞାନଦାୟିନୀ ମା’ ସରସ୍ୱତୀଙ୍କ ଆରାଧନା ପାଇଁ ନାହିଁ ସେଭଳି ଉତ୍ସାହ । କୋଭିଡ୍ କଟକଣା ଭିତରେ ସ୍କୁଲ କଲେଜରେ ସୀମିତ ସଂଖ୍ୟକ ପିଲାଙ୍କୁ ନେଇ ମା’ ବାଗ୍ଦେବୀଙ୍କ ପୂଜା କରାଯାଉଛି ।
ଶିକ୍ଷାନୁଷ୍ଠାନ ବନ୍ଦ ଥିଲେ ବି କେବଳ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ଦେଇଛନ୍ତି ସରକାର । ସର୍ବସାଧାରଣ ସ୍ଥାନରେ ସରସ୍ୱତୀ ପୂଜାକୁ ଅନୁମତି ନାହିଁ । ଶ୍ରଦ୍ଧାଳୁମାନେ ନିଜ ଘରେ ମା’ ସରସ୍ୱତୀଙ୍କ ପୂଜା କରୁଛନ୍ତି । ଚଳିତବର୍ଷ ମଧ୍ୟ କୋଭିଡ୍ ପାଇଁ ବାଗ୍ଦେବୀଙ୍କ ପୂଜା ଫିକା ପଡ଼ିଛି ।