ଆଜି ପବିତ୍ର କାର୍ତ୍ତିକ ଶୁକ୍ଲ ଏକାଦଶୀ: ପଞ୍ଚୁକର ଦ୍ୱିତୀୟ ଦିନ, ବାଙ୍କଚୁଡ଼ା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ପୁରୀ(କେନ୍ଯୁଜ୍): ଆଜି ପବିତ୍ର କାର୍ତ୍ତିକ ଶୁକ୍ଲ ଏକାଦଶୀ। ପଞ୍ଚୁକର ଦ୍ୱିତୀୟ ଦିନ। ଏହି ପାଞ୍ଚ ଦିନ ମହାପ୍ରଭୁ ଗୋଟିଏ ଗୋଟିଏ ବେଶରେ ଦର୍ଶନ ଦେଉଥିବାବେଳେ ଆଜି ମହାପ୍ରଭୁ ବାଙ୍କଚୁଡ଼ା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ଅବକାଶ ନୀତି ପରେ ସେବାୟତମାନେ ମହାପ୍ରଭୁଙ୍କୁ ଏହି ବେଶରେ ଭୂଷିତ କରିବେ। ଗତ ଦୁଇ ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ଥିବାବେଳେ ଆଜି ପୁଣି ଖୋଲିଛି। ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ମରିଚିକୋଟ ପର୍ଯ୍ୟନ୍ତ ବ୍ୟାରିକେଡ୍‌ କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ୨୦ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। କାର୍ତ୍ତିକ ଶୁକ୍ଳ ଏକାଦଶୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚ ଦିନ ପଞ୍ଚକ ବ୍ରତ ପାଳନ କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.