Below header

ଆଜି ବିଶ୍ୱ ଜଙ୍ଗଲ ଦିବସ, ଆସନ୍ତୁ ଜାଣିବା ଏପରି ଏକ ମଣିଷଙ୍କ ବିଷୟରେ ଯିଏ ବୈତରଣୀ ନଦୀ କୂଳରେ ୧୦ ଏକରରୁ ଅଧିକ ଜାଗାରେ ସୃଷ୍ଟି କରିଛନ୍ତି ଜଙ୍ଗଲ

ଆଜି ବିଶ୍ୱ ଜଙ୍ଗଲ ଦିବସ । ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା । ଏହି କଥାକୁ ଘରେ ଘରେ ପହଞ୍ଚାଇବାକୁ ପାଳିତ ହେଉଛି ବିଶ୍ୱ ଜଙ୍ଗଲ ଦିବସ । ଆଜି ଆସନ୍ତୁ ଏପରି ଏକ ମଣିଷଙ୍କ ବିଷୟରେ ଜାଣିବା, ଯିଏ ଅଧିକ ପାଠ ପଢ଼ି ନାହାନ୍ତି କିନ୍ତୁ ଜାଣିଛନ୍ତି ଗଛର ମହତ୍ୱ । ୪୦ ବର୍ଷ ହେଲା ଗଛ ଲଗାଇ ଚାଲିଛନ୍ତି । ନିଜ ଉଦ୍ୟମରେ ଏକ ଜଙ୍ଗଲ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।ଜଙ୍ଗଲକୁ ନିଜେ ଜଗି ତାକୁ ସୁରକ୍ଷା ଦେଉଛନ୍ତି ।

forestବ୍ୟକ୍ତି ଜଣଙ୍କ ହେଉଛନ୍ତି ସୁକୃଲି ବ୍ଲକ ଅନ୍ତର୍ଗତ ଆଦିପୁର ଗାଁର ମକୁରୁ ମାହନ୍ତ । ନିଜ ଜାଗାରେ ଗଛ ଲଗାଇବା ସହ ଅନ୍ୟର ଜାଗାରେ ମଧ୍ୟ ଗଛ ଲଗାଇଛନ୍ତି । ବୈତରଣୀ ନଦୀ କୂଳରେ ପ୍ରାୟ ୧୦ ଏକରରୁ ଅଧିକ ଜାଗାରେ ଜଙ୍ଗଲ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ମକୁରୁ । ବୟସ ତାଙ୍କର ୭୦ ଟପିଲାଣି । କିନ୍ତୁ ଥକି ପଡି ନାହାନ୍ତି । ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.