ଆସନ୍ତାକାଲି ଜନତା କର୍ଫ୍ୟୁ: ଆରମ୍ଭ ହୋଇଛି କାଉଣ୍ଟଡାଉନ୍‌, ବନ୍ଦ ରହିବ ୩ ହଜାର ୭ ଶହ ଟ୍ରେନ୍‌

ନୂଆଦିଲ୍ଲୀ: ଆସନ୍ତାକାଲି ଜନତା କର୍ଫ୍ୟୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଏହି ୧୪ ଘଣ୍ଟିଆ ଜନତା କର୍ଫ୍ୟୁ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍‌ । ଜନତା କର୍ଫ୍ୟୁ ପାଇଁ ଆସନ୍ତାକାଲି ବନ୍ଦ ରହିବ ୩ ହଜାର ୭ ଶହ ଟ୍ରେନ୍‌ । ୨୪ ଶହ ପାସେଞ୍ଜର ଓ ୧୩ ଶହ ଏକ୍ସପ୍ରେସ୍‌ ଟ୍ରେନ୍‌ ଚାଲିବ ନାହିଁ । ରେଲେଓ୍ଵ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଯେଉଁ ଟ୍ରେନ୍‌ ଭୋର ୪ଟା ପୂର୍ବରୁ ଛାଡିଥିବେ ଓ ରାତି ୧୦ଟା ପରେ ଛାଡିବାକୁ ଥିବ ସେମାନେ ଲକ୍ଷ୍ୟସ୍ଥଳକୁ ଯାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.